ପଶ୍ଚିମବଙ୍ଗରେ ବାଣ ବିସ୍ଫୋରଣ ଘଟଣା: ୧୦ ମୃତ, ଗିରଫ ଅଭିଯୁକ୍ତଙ୍କ ଚାଲିଗଲା ଜୀବନ
କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ସେ ମୃତ୍ୟୁ ବରଣ କରିଛନ୍ତି।

ଓଏଲ୍ ବ୍ୟୁରୋ: ପଶ୍ଚିମବଙ୍ଗରେ ବାଣ ବିସ୍ଫୋରଣ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ପୂର୍ବ ମେଦିନପୁର ଜିଲ୍ଲା ଏଗ୍ରା ଖାଦିକୁଲ୍ ଗାଁରେ ଥିବା ବାଣ କାରଖାନାରେ ବିସ୍ଫୋରଣ ହୋଇଥିବା ଜଣା ପଡିଥିଲା। ପଶ୍ଚିମବଙ୍ଗରେ ହୋଇଥିବା ବିସ୍ଫୋରଣରେ ୮ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ଏହି ଘଟଣାରେ ତଦନ୍ତ କରି ଗତକାଲି ବାଣ ମାଲିକକୁ ଗିରଫ କରିଥିଲା ପୁଲିସ। କଟକର ଏକ ଘରୋଇ ହସ୍ପିଟାଲରୁ କଟକ ପୁଲିସ ସହାୟତାରେ ଗିରଫ କରିଥିଲା ପଶ୍ଚିମବଙ୍ଗ ପୁଲିସ। ବର୍ତମାନ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ସେ ମୃତ୍ୟୁ ବରଣ କରିଛନ୍ତି।
ଖବର ଅନୁସାରେ, ବାଣ ତିଆରି ନାଁରେ ସେଠାରେ ବୋମା ଭିଡ଼ା ଚାଲିଥିବା ସୂଚନା ମିଳିଥିବା କୁହାଯାଉଛି। ବିସ୍ଫୋରଣ ହୋଇଥିବା ସ୍ଥାନରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଘଟଣା ସ୍ଥଳରେ ୨ଟି ପୁଲିସ ଗାଡ଼ି ଭଙ୍ଗାରୁଜା ହୋଇଥିବା ସୂଚନା ରହିଥିଲା। ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି।