Odisha Link
Bridging the Missing Links in Odisha

ଆଉ ୩ ଦିନ ପରେ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ, ଜରୁରୀ ମାମଲାର ହେବ ଶୁଣାଣି

କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ଟା ମଧ୍ୟରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟରରେ ଦାୟର କରାଯିବ।

ଓଏଲ୍‌ ବ୍ୟୁରୋ: ମେ ୨୨ ଅର୍ଥାତ ଆଉ ୩ ଦିନ ପରେ ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି। ମେ ୨୨ରୁ ଆରମ୍ଭ ହୋଇ ଏହା ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ରହିବ। ଆସନ୍ତା ଜୁନ୍ ୨୧ ତାରିଖରେ କୋର୍ଟ ଖୋଲିବ। ତେବେ ଏହି ସମୟ ମଧ୍ୟରେ ସମସ୍ତ ଜରୁରି ମାମଲା ଯେଉଁଗୁଡିକ ଗ୍ରୀଷ୍ମ ଅବକାଶ ଶେଷ ପରେ କୋର୍ଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରି ନ ପାରିବ, ସେଗୁଡ଼ିକ କାର୍ଯ୍ୟ ଦିବସର ଦିନ ୧୧ଟାରୁ ୧୨ଟା ମଧ୍ୟରେ କମ୍ପ୍ୟୁଟର ଫାଇଲିଂ କାଉଣ୍ଟରରେ ଦାୟର କରାଯିବ।

ଜରୁରୀ ମାମଲାଗୁଡିକ ଶୁଣାଣି ପାଇଁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ତାଲିକାଭୁକ୍ତ କରାଯିବ ବୋଲି ପ୍ରକା‌ଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଗ୍ରୀଷ୍ମ ଅବକାଶ ସମୟରେ ମେ ୨୩, ୨୫, ୩୦ ଏବଂ ଜୁନ୍ ୧, ୬, ୮, ୧୨ ଓ ୧୩ରେ ଅବକାଶକାଳୀନ ଖଣ୍ଡପୀଠ ବସିବ ‌ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.