ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ କଲେ ହତ୍ୟା
ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଏଭଳି ଅନେକ ଖବର ସାମ୍ନାକୁ ଆସିଥିବାବେଳେ ବର୍ତମାନ ଏହି ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଓଏଲ୍ ବ୍ୟୁରୋ: ରାଜଧାନୀରେ ପୁଣି ଏକ ନିର୍ମମ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୋଡାଇ ଗୋଡାଇ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଭୁବନେଶ୍ୱର ୟୁନିଟ୍-୧ ହାଇସ୍କୁଲ ସମ୍ମୁଖରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ସୁଶାନ୍ତ ନାୟକ ଆଜି ଭୋର ୪ ଟାରେ ତାଙ୍କ ସ୍ତ୍ରୀଙ୍କୁ ଚାକିରୀରେ ଛାଡି ଫେରୁଥିବା ସମୟରେ ହତ୍ୟାକାରୀ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା କୁହାଯାଉଛି। ଏହି ବୀଭତ୍ସ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଏଭଳି ଅନେକ ଖବର ସାମ୍ନାକୁ ଆସିଥିବାବେଳେ ବର୍ତମାନ ଏହି ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି।