Odisha Link
Bridging the Missing Links in Odisha

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ

ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ଭୁବନେଶ୍ୱର ଓ ସୁନ୍ଦରଗଡ଼ରେ ଦୁଇଟି ବିଶ୍ଵସ୍ତରୀୟ କେନ୍ଦ୍ର ପ୍ରତିଷ୍ଠା ହୋଇଛି।

ଓଏଲ୍‌ ବ୍ୟୁରୋ: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଏନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା। ମଧୁବାବୁ ପେନସନ ଯୋଜନାରେ ୧୪ ହଜାର ୭୧୯ ଜଣ ଅସହାୟ ଓ ସ୍ୱାମୀ ପରିତ୍ୟକ୍ତା ମହିଳା, ୧୪୬୮ କିନ୍ନର, କୋଭିଡ ଆକ୍ରାନ୍ତ ପରିବାରର ୪୩ ଜଣ ଅନାଥ ଶିଶୁ ଓ ୬୯୬ ବିଧବା ହୋଇଛନ୍ତି ଉପକୃତ। ୨୦୨୨ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କୃତିମ ଅଙ୍ଗପ୍ରତ୍ୟଙ୍ଗ ଓ ଶ୍ରବଣ ସହାୟତାରେ ୨୯୭୪ ହିତାଧିକାରୀଙ୍କୁ କୃତିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଦାନ କରାଯାଇଥିବା ବେଳେ ୬୮୫ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଶ୍ରବଣ ଯନ୍ତ୍ର ଯୋଗାଇ ଦିଆଯାଇଛି।

ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ଥଇଥାନ ପାଇଁ ୧୦ ଜିଲ୍ଲାରେ ସମ୍ୱନିତ୍ୱ ଭିତ୍ତିଭୂମି କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ୪ ବର୍ଷରେ ମଧୁବାବୁ ପେନସନ ଯୋଜନା ହିତାଧିକାରୀ ଙ୍କ ସଂଖ୍ୟା ୨୩.୧୩ ଲକ୍ଷରୁ ବୃଦ୍ଧି ପାଇ ୨୮.୩୭ ଲକ୍ଷରେ ପଂହଁଚିଛି। ବରିଷ୍ଠ ନାଗରିକଙ୍କ ନିମନ୍ତେ ୭ଟି ବାର୍ଦ୍ଧକ୍ୟ ଜନିତ ଭିନ୍ନକ୍ଷମ କେନ୍ଦ୍ର ଓ ୮୩ଟି ବୃଦ୍ଧାଶ୍ରମ କାର୍ଯ୍ୟ କରୁଛି। ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ଭୁବନେଶ୍ୱର ଓ ସୁନ୍ଦରଗଡ଼ରେ ଦୁଇଟି ବିଶ୍ଵସ୍ତରୀୟ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ୧୦ଟି ସମ୍ୱନିତ୍ୱ ଭିତ୍ତିଭୂମି କେନ୍ଦ୍ର ମଧ୍ୟରୁ କଟକ, ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର ଓ ସୁନ୍ଦରଗଡ଼ ଠାରେ ୬ଟି କେନ୍ଦ୍ର ସମ୍ପୂର୍ଣ୍ଣ ହୋଇଥିବା ବେଳେ ସମ୍ବଲପୁରକୁ ଛାଡି ୫ ଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି ବୋଲି ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି।

Leave A Reply

Your email address will not be published.