Odisha Link
Bridging the Missing Links in Odisha

ସିଡନୀ ପାର୍କରେ ପରିବେଷିତ ହେଲା ଓଡ଼ିଆ ଲୋକଗୀତ ‘ଧିତାଙ୍ଗ ଧିତାଙ୍ଗ’, ଝୁମିଲେ ଉପସ୍ଥିତ ଦର୍ଶକ

ଉକ୍ତ ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା ହଜାର ହଜାର ଲୋକ ଏହି ଓଡ଼ିଆ ଲୋକଗୀତରେ ଝୁମିଥିଲେ।

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମିଳୁଥିବା ବେଳେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‌ବାନିଜ୍‌ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଡନୀ ପାର୍କରେ ସ୍ୱାଗତ କରାଯାଇଥିଲା। ଏଥିନିମନ୍ତେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପରିବେଷଣ ହୋଇଥିଲା ଓଡ଼ିଆ ଲୋକଗୀତ ‘ଧିତାଙ୍ଗ ଧିତାଙ୍ଗ’। ଉକ୍ତ ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା ହଜାର ହଜାର ଲୋକ ଏହି ଓଡ଼ିଆ ଲୋକଗୀତରେ ଝୁମିଥିଲେ।

ସୂଚନା ଅନୁସାରେ, ଓଡ଼ିଆ ଲୋକଗୀତ ‘ଧିତାଙ୍ଗ ଧିତାଙ୍ଗ’ରେ ଦୁଲୁକିଥିଲା ଅଷ୍ଟ୍ରେଲିଆର ସିଡନୀ ପାର୍କ। ଅତି ଚମତ୍କାର ଭାବେ ଓଡ଼ିଆ ଲୋକଗୀତ ‘ଧିତାଙ୍ଗ ଧିତାଙ୍ଗ’ ପରିବେଷଣ ମାଧ୍ୟମରେ ମୋଦିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ‘ଧିତାଙ୍ଗ ଧିତାଙ୍ଗ’ ଗୀତକୁ ଓଡ଼ିଆ କଣ୍ଠଶିଳ୍ପୀ ସସ୍ମିତା ଦାସ କଣ୍ଠଦାନ କରିଛନ୍ତି। ସିଡନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱାଗତ କାର୍ଯ୍ୟକ୍ରମରେ ଏହା ପରିବେଷିତ ହୋଇଥିବା ବେଳେ ସେ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି। ଏଥିନିମନ୍ତେ ସେ ଗୀତ ରଚନା କରିଥିବା ସଂଗ୍ରାମ ମହାନ୍ତି ଓ ଏହାର ମ୍ୟୁଜିକ ଦେଇଥିବା ଅଭିଜିତ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ‘ଦୁରୁଆ’ ସମ୍ପ୍ରଦାୟର ଲୋକେ ବିବାହ ସମାରୋହ ବେଳେ ଏହି ନୃତ୍ୟ ଜରିଆରେ ସେଲିବ୍ରେସନ କରନ୍ତି। ଢୋଲ, ଝାଞ୍ଜକୁ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଏହି ଗୀତ ଯେତେ ସ୍ମୃତି ମଧୁର ସେତେ ପ୍ରଭାବଶାଳୀ।

Leave A Reply

Your email address will not be published.