Odisha Link
Bridging the Missing Links in Odisha

ଗାଁରେ ଗଡ଼ିବ ‘ମୋ ବସ’, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬ଟି ଜିଲ୍ଲାରେ ଉପଲବ୍ଧ ହେବ ଏହି ସୁବିଧା

ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ମୋ ବସ ଚାଲିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଓଏଲ୍‌ ବ୍ୟୁରୋ: ଗ୍ରାମାଞ୍ଚଳରେ ପରିବହନର ସୁବିଧା ପାଇଁ ଗଡ଼ିବ ମୋ ବସ୍। ବ୍ଲକରୁ ପଞ୍ଚାୟତକୁ ଚାଲିବ ମୋ ବସ। ଲକ୍ଷ୍ମୀ ସ୍କିମରେ ଗାଁରେ ଗଡିବ ମୋ ବସ। ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ଟି ଜିଲ୍ଲାକୁ ହାତକୁ ନିଆଯାଇଛି। କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି,କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଛି। ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ମୋ ବସ ଚାଲିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ସୁବିଧା ଦ୍ୱାରା ବ୍ଲକରୁ ପଞ୍ଚାୟତ ଯାଏଁ ସମସ୍ତେ ଉପକୃତ ହେବେ।

Leave A Reply

Your email address will not be published.