Odisha Link
Bridging the Missing Links in Odisha

ବୁର୍ଲା ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣା: ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି

ରିପୋର୍ଟ ଅନୁସାରେ ମୃତ୍ୟୁ ପୂର୍ବରୁ ସେ ଆଲକହଲ ସେବନ କରିଥିବା ସ୍ପଷ୍ଟ ହୋଇଛି ବୋଲି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର କହିଥିଲେ।

ଓଏଲ୍‌ ବ୍ୟୁରୋ: ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ମୃତ୍ୟୁ ଘଟଣାରେ ଜାତୀୟ ମାନବ ଅଧିକାର କମିଶନଙ୍କ ପଦକ୍ଷେପ। ଜାତୀୟ ମାନବ ଅଧିକାର କମିଶନ ପକ୍ଷରୁ ଓଡିଶା ପୁଲିସ ଡିଜିଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଚିନ୍ମୟୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ ଦାବି କରାଯାଇଛି। ତେବେ ଏହି ଘଟଣାରେ ମାମଲା ରୁଜୁ ହୋଇଛି।

ଖବର ଅନୁସାରେ, ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିବାବେଳେ ଚିନ୍ମୟୀ ସାହୁଙ୍କ ଭିସେରା ରିପୋର୍ଟରେ ଇଥାଇଲ ଆଲକହଲ ସେବନ କରିଥିବା ସୂଚନା ମିଳିଥିଲା। ରିପୋର୍ଟ ଅନୁସାରେ ମୃତ୍ୟୁ ପୂର୍ବରୁ ସେ ଆଲକହଲ ସେବନ କରିଥିବା ସ୍ପଷ୍ଟ ହୋଇଛି ବୋଲି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର କହିଥିଲେ।

ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧରଙ୍କ କହିବା ମୁତାବିକ, ସିସିଟିଭି ଫୁଟେଜ୍‌ରେ ପିଇବା ବେଳର ଫୁଟେଜ୍‌କୁ ଏହା ଲିଙ୍କ୍‌ କରୁଛି। ଦୁଇ ଜଣ ବସିକି ହୋଟେଲରେ ପିଇବା ବେଳର ଫୁଟେଜ ସିଜ୍‌ କରିଛୁ। ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ଡାୟାଟମ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ି ବୋଲି ଆସିଥିଲା। ଏହା ଆତ୍ମହତ୍ୟା, ନା କେହି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ, ତଦନ୍ତ ଚାଲିଛି ବୋଲି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର କହିଥିଲେ।

Leave A Reply

Your email address will not be published.