ଭୁଶୁଡ଼ିଲା ନଳକୂପ; କୂଅ ଭିତରେ ଖସି ପଡ଼ିଲେ ମହିଳା, ଉଦ୍ଧାର ପାଇଁ ଉଦ୍ୟମ ଜାରି
ପାଣି ନେଉଥିଲା ବେଳେ ହଠାତ ନଳକୂପ ଭୁଶୁଡ଼ି ପଡିବାରୁ କୂଅ ଭିତରକୁ ଖସି ପଡ଼ିଲେ ଜଣେ ମହିଳା।

ଓଏଲ୍ ବ୍ୟୁରୋ: ଫୁଲବାଣୀ ଗୋଛାପଡା ଥାନା ସାଲେଣି ଗାଁରେ ଭୁଶୁଡ଼ିଲା ନଳକୂପ। ଜଣେ ମହିଳା ପାଣି ନେଉଥିଲା ବେଳେ ହଠାତ ଭୁଶୁଡ଼ି ପଡ଼ିଲା ନଳକୂପ। କୂଅ ଉପରେ ଛାତ କରି ନଳକୂପ ବସିଥିଲା। ପାଣି ନେଉଥିଲା ବେଳେ ହଠାତ ନଳକୂପ ଭୁଶୁଡ଼ି ପଡିବାରୁ କୂଅ ଭିତରକୁ ଖସି ପଡ଼ିଲେ ଜଣେ ମହିଳା। ମହିଳାକୁ କୂଅ ଭିତରୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି କରାଯାଇଛି।