ମେ ୨୯ରୁ ଯୁକ୍ତ ଦୁଇ ଆବେଦନ ଆରମ୍ଭ, ଜାଣନ୍ତୁ କେବେ ଆରମ୍ଭ ହେବ ପାଠପଢ଼ା
୨୯ ଜୁଲାଇରୁ +୨ ପ୍ରଥମ ବର୍ଷ ପାଠ ପଢ଼ା ଆରମ୍ଭ ହେବ ବୋଲି ସୂଚନା ଜାରି ହୋଇଛି।

ଓଏଲ୍ ବ୍ୟୁରୋ: ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଆଉ ଦୁଇଦିନ ପରେ ଅର୍ଥାତ ମେ ୨୯ରୁ ଆରମ୍ଭ ହେବ +୨ରେ ପାଠପଢିବା ପାଇଁ ଆବେଦନ ପ୍ରକ୍ରିୟା। ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ସାମ୍ସ୍ ପୋର୍ଟାଲରେ ଅନଲାଇନ ଆବେଦନ କରିବେ ବୋଲି ସୂଚନା ରହିଛି। ମେ ୨୯ରୁ ଆରମ୍ଭ ହୋଇ ଜୁନ୍ ୨୦ ଯାଏଁ ଆବେଦନ କରିବେ ଛାତ୍ରଛାତ୍ରୀ। ୨୮ ଜୁନରେ ପ୍ରକାଶ ପାଇବ ପ୍ରଥମ କଟ୍ ଅଫ ତାଲିକା। ୨୯ ଜୁନରୁ ୫ ଜୁଲାଇ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ୨୯ ଜୁଲାଇରୁ +୨ ପ୍ରଥମ ବର୍ଷ ପାଠ ପଢ଼ା ଆରମ୍ଭ ହେବ ବୋଲି ସୂଚନା ଜାରି ହୋଇଛି।
ଖବର ଅନୁସାରେ, ମେ ୧୮ ପ୍ରକାଶ ପାଇଥିଲା ମାଟ୍ରିକ୍ ରେଜଲ୍ଟ। ଚଳିତ ବର୍ଷ ପାସ୍ ହାର ୯୬ ପ୍ରତିଶତରୁ ଅଧିକ। ପୁଣି ପାସ୍ ହାରରେ ଆଗରେ ରହିଲେ ଛାତ୍ରୀ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଚଳିତବର୍ଷ ଅଧିକ। ଏଥର ୯୭.୦୫ ପ୍ରତିଶତ ଛାତ୍ରୀଙ୍କର ରହିଛି ପାସ୍ ହାର। ଏପଟେ ଛାତ୍ରଙ୍କ ପାସ୍ ହାର ଅଛି ୯୫.୭୫ ପ୍ରତିଶତ। ତେବେ ମୋଟ୍ ୫ଲକ୍ଷ ୧୬ ହଜାର ୪୨୬ ଜଣ ପିଲା ପାସ୍ କରିଛନ୍ତି। ତେବେ ପୂର୍ବ ଭଳି ଗୋଟେ ପେପରରେ ଫେଲ ହୋଇଥିବା ଛାତ୍ରଛାତ୍ରୀ ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ।