Odisha Link
Bridging the Missing Links in Odisha

ରାଜଧାନୀରେ ଚାଞ୍ଚଲ୍ୟ: ବାଣୀବିହାର କ୍ୟାମ୍ପସରୁ ମିଳିଲା ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ

ଯୁବକ ଜଣକ ନିଜ ପରିବାର ସହ ବାଣୀବିହାର କ୍ୟାମ୍ପସରେ ରହୁଥିଲେ।

ଓଏଲ୍‌ ବ୍ୟୁରୋ: ପୁଣି ଏକ ହୃଦୟ ବିଦାରକ ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଭୁବନେଶ୍ୱର ବାଣୀବିହାର କ୍ୟାମ୍ପସରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବାଣୀବିହାର ସ୍ଥିତ ଜଗନ୍ନାଥ ମନ୍ଦିର ପଛପଟେ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତକଙ୍କ ନାଁ କାଳିଆ ବୋଲି ଜଣା ପଡିଛି। ଯୁବକ ଜଣକ ନିଜ ପରିବାର ସହ ବାଣୀବିହାର କ୍ୟାମ୍ପସରେ ରହୁଥିଲେ। ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ଜଣା ପଡ଼ିନାହିଁ। ମୃତ୍ୟୁ ପଛରେ ଆତ୍ମହତ୍ୟା ନା ହତ୍ୟା ଏଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ସହିଦନଗର ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଏଭଳି ହତ୍ୟାକାଣ୍ଡ ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବାରୁ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

Leave A Reply

Your email address will not be published.