ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଡ଼ିଲା ଡଙ୍ଗା; ଜଣେ ମୃତ, ୨ ଉଦ୍ଧାର
ମୃତ ଓ ଉଦ୍ଧାର ପାଇଥିବା ଲୋକେ ଡାଇକ୍-୩ ଗାଁର ବୋଲି ସୂଚନା ରହିଛି।

ଓଏଲ୍ ବ୍ୟୁରୋ: ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଡ଼ିଲା ଡ଼ଙ୍ଗା। ସିଙ୍ଗାରାମ ନିକଟରେ ଡଙ୍ଗାରେ ମାଛ ଧରିବା ବେଳେ ବୁଡ଼ିଯାଇଥିବା ସୂଚନା ରହିଛି। ହଠାତ ବର୍ଷା, ପବନ ମାଡ଼ି ଆସିବାରୁ ଡଙ୍ଗାଟି ବୁଡ଼ିଯାଇଥିଲା। ଡ଼ଙ୍ଗା ବୁଡିଯିବା ଘଟଣାରେ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ୨ ଜଣ ଉଦ୍ଧାର ହୋଇଛନ୍ତି। ମୃତ ଓ ଉଦ୍ଧାର ପାଇଥିବା ଲୋକେ ଡାଇକ୍-୩ ଗାଁର ବୋଲି ସୂଚନା ରହିଛି। ତେବେ ଏହି ଅଭାବନୀୟ ଘଟଣା ପରେ ମୃତ ବ୍ୟକ୍ତିଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।