ସାଂସଦଙ୍କ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା: ନିରଞ୍ଜନ ବିଶିଙ୍କୁ ଗିରଫ ପାଇଁ ବିଜେପିର ଦାବି
ଦୁର୍ଘଟଣା ସମୟରେ ନିଜେ ସାଂସଦ ନିରଞ୍ଜନ ବିଶି ଗାଡ଼ିରେ ଉପସ୍ଥିତ ନଥିବା ସେ କହିଥିଲେ।
ଓଏଲ୍ ବ୍ୟୁରୋ: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ତମିଆଁ ଛକ ନିକଟରେ ଗତକାଲି ଏକ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ବଲାଙ୍ଗିର ସାଂସଦ ନିରଞ୍ଜନ ବିଶିଙ୍କ କାର୍ ଧକ୍କାରେ ହୋଇଥିଲା। ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଗାଡି ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସମୟରେ ନିଜେ ସାଂସଦ ନିରଞ୍ଜନ ବିଶି ଗାଡ଼ିରେ ଉପସ୍ଥିତ ନଥିବା ସେ କହିଥିଲେ। ତେବେ ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ଗିରଫ ଦାବି କଲା ବିଜେପି।
ସାଂସଦଙ୍କ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ପରେ ଗିରଫ ଦାବି କଲା ବିଜେପି। ଗିରଫ ଦାବି କଲେ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି। ଦୁର୍ଘଟଣା ସମୟରେ ସାଂସଦ ଗାଡ଼ି ଭିତରେ ଥିଲେ ବୋଲି ବିଜେପି ଅଭିଯୋଗ ଆଣିଛି। ଯୁବକଙ୍କୁ ହସ୍ପିଟାଲ ନ ନେଇ ସେଠାରୁ ପଳାଇବା ଅମାନବୀୟ କାମ ବୋଲି ସେ କହିଛନ୍ତି। ହିଟ୍ ଆଣ୍ଡ ରନ୍ ମାମଲା ରୁଜୁ କରି ସାଂସଦଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛି ବିଜେପି।
ଅନ୍ୟପଟେ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଗାଡି ଧକ୍କାରେ ମୃତ ସ୍କୁଟି ଆରୋହୀ ଲାରମ୍ଭାରେ ଥାନା ଇନପୁର ଗାଁର ଟଙ୍କଧର ବିଶ୍ୱାଳ ବୋଲି ଜଣାପଡିଛି। ଘଟଣାକୁ ନେଇ ପାଟଣାଗଡ଼ ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଦୁର୍ଘଟଣା ପରେ ମୃତ ବ୍ୟକ୍ତିଙ୍କ ଘରେ ଦୁଃଖର ଛାୟା ଖେଳିଯାଇଛି।