ଆସନ୍ତା ୨୭ରେ ନିତି ଆୟୋଗର ସାଧାରଣ ପରିଷଦ ବୈଠକ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାକୁ ସ୍ବତନ୍ତ୍ର ସହାୟତା ପ୍ରଦାନ କରିବା ପାଇଁ ଓଡ଼ିଶାର ପୂର୍ବ ଦାବିକୁ ମୁଖ୍ୟମନ୍ତ୍ରୀ ପୁନର୍ବାର ଦୋହରାଇବେ ବୋଲି ଆଶା କରାଯାଉଛି।
![](https://www.odishalink.com/wp-content/uploads/2023/04/nabin-750x430.jpg)
ଓଏଲ୍ ବ୍ୟୁରୋ: ଆସନ୍ତା ୨୭ରେ ନୂଆଦିଲ୍ଲୀରେ ନିତି ଆୟୋଗର ସାଧାରଣ ପରିଷଦ ବୈଠକ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାକୁ ସ୍ବତନ୍ତ୍ର ସହାୟତା ପ୍ରଦାନ କରିବା ପାଇଁ ଓଡ଼ିଶାର ପୂର୍ବ ଦାବିକୁ ମୁଖ୍ୟମନ୍ତ୍ରୀ ପୁନର୍ବାର ଦୋହରାଇବେ ବୋଲି ଆଶା କରାଯାଉଛି। ଏହାସହ ରାଜ୍ୟର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ସୂଚନା ରହିଛି। ତେବେ ରାଜ୍ୟର ପରିସ୍ଥିତିକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାକୁ ସ୍ବତନ୍ତ୍ର ସହାୟତା ପ୍ରଦାନ ପାଇଁ ଦିଲ୍ଲୀରେ ଆୟୋଜିତ ନିତି ଆୟୋଗର ସାଧାରଣ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।