ଭାରତର ସ୍ବାଧୀନତାରେ ରାଜଦଣ୍ଡ ‘ସେଙ୍ଗୋଲ’ର ଗୁରୁତ୍ବ କଥା କହିଲା ବିଜେପି, କଂଗ୍ରେସ କହିଲା ମିଛ
‘ସେଙ୍ଗୋଲ’କୁ ନେଇ ନୂଆ ଆଙ୍ଗେଲ ବିବାଦ

ଓଏଲ୍ ବ୍ୟୁରୋ: ନୂଆ ସଂସଦ ଭବନର ଉଦଘାଟନକୁ ନେଇ ବିବାଦ ପ୍ରଥମରୁ ଥିଲା। ହେଲେ ଏବେ ରାଜଦଣ୍ଡ ‘ସେଙ୍ଗୋଲ’କୁ ନେଇ ନୂଆ ଆଙ୍ଗେଲ ଏବେ ବିବାଦରେ ଯୋଡ଼ି ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି ଯେ, ନୂଆ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ସେଙ୍ଗୋଲ (ରାଜଦଣ୍ଡ)କୁ ସ୍ଥାପିତ କରିବେ। ଯାହାକୁ ତାମିଲନାଡ଼ୁର ୨୦ରୁ ଅଧିକା ମଠର ପ୍ରମୁଖ ମାନେ ମିଶିକି ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଦେଇଥିଲେ। ଏବେ ଏହି ସେଙ୍ଗୋଲକୁ ନେଇ ବିଜେପିିକୁ ଘେରିଛି କଂଗ୍ରେସ। ଆଉ ଏହାର ପାଲଟା ଜବାବ ରଖିଛି ବିଜେପି।
ରାଜଦଣ୍ଡ ସେଙ୍ଗୋଲକୁ କ୍ଷମତା ହସ୍ତାନ୍ତର ପ୍ରତୀକ ଭାବେ ୧୯୪୭ରେ ଲର୍ଡ ମାଉଣ୍ଟବାଟ୍ଟେନ, ସି ରାଜଗୋପାଲଚାରୀ ଓ ପଣ୍ଡିଜ ଜବାହରଲାଲ ନେହରୁ ବିବେଚନା କରୁଥିବା କଥାର କୌଣସି ପ୍ରମାଣ ନାହିଁ। ସେଙ୍ଗୋଲକୁ ନେଇ କରାଯାଉ ଥିବା ଦାବି ସଂପୂର୍ଣ୍ଣ କାଳ୍ପନିକ ଓ ମିଛ ବୋଲି କଂଗ୍ରେସ କହିଛି।
କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ସରକାରରେ ଥିବା ଶାସକ ଦଳ ଐତିହାସିକ ରାଜଦଣ୍ଡକୁ ନିଜର ତାମିଲନାଡୁ ରାଜନୀତି ଝଟକାକୁ ଭୁଲାଇବା ପାଇଁ ବ୍ୟବହାର କରୁଛନ୍ତି। ତାମିଲନାଡୁରେ ରାଜନୀତିକ ଲାଭ ପାଇଁ ଏହାକୁ ବ୍ୟବହାର କରାଯାଉଛି। ଏହି ରାଜଦଣ୍ଡ ବ୍ରିଟଶ ଠାରୁ ଭାରତକୁ କ୍ଷମତା ହସ୍ତାନ୍ତର ବେଳର ପ୍ରତୀକ ଭାବେ ବ୍ୟବହାର କରାଯାଉଥିଲା ବୋଲି ଦର୍ଶାଇବ। ଏହା ସହ ଜଡ଼ିତ ସବୁ କଥା ମିଛ ଓ କିଛି ଲୋକ ନିଜ ମାନସିକତାରୁ ଏପରି ପ୍ରଚାର କରୁଥିବା ଜୟରାମ କହିଛନ୍ତି।
ଅନ୍ୟପଟେ ଅମିତ ଶାହ କଂଗ୍ରେସର ଏଭଳି ମନ୍ତବ୍ୟକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “କାହିଁକି କଂଗ୍ରେସ ଏତେ ମାତ୍ରାରେ ଭାରତ ସଂସ୍କୃତି ଓ ପରମ୍ପରାକୁ ଘୃଣା କରୁଛି? ଗୋଟିଏ ପବିତ୍ର ସେଙ୍ଗୋଲ ପଣ୍ଡିତ ନେହରଙ୍କୁ ତାମିଲନାଡୁର ପ୍ରଖ୍ୟାତ ଶୈବ ମଠ ପକ୍ଷରୁ ଦିଆଯାଇଥିଲା। ଏହା ଭାରତର ସ୍ୱାଧୀନତାର ପ୍ରତୀକ ଥିଲା। କିନ୍ତୁ ଏହାକୁ ୱାକିଂ ଷ୍ଟିକ ବା ଚାଲିବାର ଲାଠି ଭାବେ ବିବେଚନା କରି ସଂଗ୍ରହାଳୟକୁ ପଠାଇ ଦିଆଯାଇଥିଲା।