କେବେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ? ସାମ୍ନାକୁ ଆସିଲା ବଡ଼ ଅପଡେଟ୍

ଓଏଲ୍ ବ୍ୟୁରୋ: ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କେବେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ ସେନେଇ ଅଭିଭାବକ ଚାହିଁ ବସିଛନ୍ତି। ତେବେ ଏସବୁ ମଧ୍ୟରେ ଆସିଛି ବଡ଼ ଅପଡେଟ୍। ଆସନ୍ତା ୨୮ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବାର ତାରିଖ ଘୋଷଣା କରାଯିବ। ତେବେ ମେ’ ୩୦ କିମ୍ବା ୩୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।
ବିଜ୍ଞାନ ଏବଂ ବାଣିଜ୍ୟ ଫଳ ପ୍ରଥମେ ପ୍ରକାଶ ପାଇବ। ପରେ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ୨୮ ତାରିଖ ସନ୍ଧ୍ୟାରେ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ ପ୍ରକାଶର ତାରିଖ ସ୍ପଷ୍ଟ ହେବ। ତେବେ ମେ’୩୦ରୁ ୩୧ ମଧ୍ୟରେ ବାଣିଜ୍ୟ ଏବଂ ବିଜ୍ଞାନ ଫଳ ପ୍ରକାଶ ପାଇବ। ସେହିପରି କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ୮ ଜୁନ୍ରେ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନାରୁ ଜଣାପଡ଼ିଛି।