୨୦୦୦ ଟଙ୍କିଆ ନୋଟ୍ ଜମା କରିବାକୁ ଆସି ଫସିଲେ ନକ୍ସଲ

ଓଏଲ୍ ବ୍ୟୁରୋ: ନକ୍ସଲ ସଙ୍ଗଠନ ପାଇଁ କାଳ ୨୦୦୦ ଟଙ୍କିଆ ନୋଟ୍। ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ନିଷ୍ପତ୍ତି ପରେ ନକ୍ସଲଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ପାଖରେ ଥିବା ୨ହଜାର ଟଙ୍କିଆ ନୋଟ୍ କେମିତି ବଦଳାଇବେ, ତାକୁ ଚିନ୍ତାରେ ପଡ଼ିଗଲେଣି। କାରଣ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଆସି ସୁରକ୍ଷାକର୍ମୀ ହାବୁଡ଼ରେ ଧରାପଡ଼ିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଛତିଗଶଗଡ଼ ବିଜାପୁର ଏସ୍ପି ଅଞ୍ଜନେୟ ବାର୍ଣ୍ଣେୟ।
ମିଳିଥିବା ସୂଚନା ମୁତାବିକ, ଛତିଶଗଡ଼ର ନକ୍ସଲ ନେତା ମଲେସ୍ଠାରୁ ୮ ଲକ୍ଷ ଟଙ୍କା (୨୦୦୦ ଟଙ୍କିଆ ନୋଟ୍) ଧରି ବିଜାପୁର ଜିଲ୍ଲାରେ ବିଭିନ୍ନ ବ୍ୟାଙ୍କରେ ଜମା କରୁଥିଲେ ଦୁଇ ନକ୍ସଲ ସମର୍ଥକ। ଦୁଇ ଲକ୍ଷରୁ ଅଧିକ ଟଙ୍କା ଜମା କରିସାରିଥିଲେ। ବାକି ଟଙ୍କା ଜମା କରୁଥିବା ବେଳେ ବ୍ୟାଙ୍କରେ ଡିଆର୍ଜି ଯବାନ ମାଡ଼ି ବସିଥିଲା। ଯବାନମାନେ ଦୁଇ ନକ୍ସଲ ସମର୍ଥକଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ନଗଦ ୬ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ଓ ୧୧ଟି ପାସ୍ବୁକ ଜବତ କରିଥିଲା।