କଟକ ଡ୍ରେନ୍ରେ ନାବାଳିକା ଖସି ପଡ଼ିବା ଘଟଣା: ମେୟରଙ୍କ ସହ ମୁହାଁମୁହିଁ ହେଲେ କଂଗ୍ରେସ କର୍ମୀ
ପ୍ରବଳ ଯୁକ୍ତିତର୍କ ଓ ହୋହଲ୍ଲା ମଧ୍ୟରେ ଠେଲାପେଲା ସ୍ଥିତି ଉପୁଜିଥିଲା।
ଓଏଲ୍ ବ୍ୟୁରୋ: ଗତକାଲି କଟକ କେଶରପୁରରୁ ଆସିଥିଲା ଆଉ ଏକ ଦୁର୍ଘଟଣାର ଚିତ୍ର। ଜାଇକା ପ୍ରକଳ୍ପ ଚାଲିଥିବା ବେଳେ ଅଘଟଣ ଘଟିଥିଲା। ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ଡ୍ରେନରେ ପଡ଼ି ଜଣେ ନାବାଳିକା ଗୁରୁତର ହୋଇଥିଲେ। ପରେ ବକ୍ସ ଡ୍ରେନ୍ ପାଇପରେ ଚାପି ହୋଇ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ କଟକ ମେୟର ଓ କମିଶନର ନାବାଳିକାଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ।
ପରିବାରକୁ ଭେଟି ଫେରିଲା ବେଳେ ବିରୋଧ କଲେ କଂଗ୍ରେସ କର୍ମୀ। ସେହି ସମୟରେ ମେୟର ଓ କମିଶନରଙ୍କ ସହ ମୁହାଁମୁହିଁ ହେଲେ କଂଗ୍ରେସ କର୍ମୀ। ପୂର୍ବତନ ନଗର କଂଗ୍ରେସ ସଭାନେତ୍ରୀ ଓ ସ୍ଥାନୀୟ ଲୋକଙ୍କ ବିରୋଧ। ପ୍ରବଳ ଯୁକ୍ତିତର୍କ ଓ ହୋହଲ୍ଲା ମଧ୍ୟରେ ଠେଲାପେଲା ସ୍ଥିତି ଉପୁଜିଥିଲା।
ସୂଚନା ଅନୁସାରେ, ଦୀର୍ଘ ଦିନ ଧରି କଟକରେ ଜାଇକା ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଜାଇକା କାମ ଯୋଗୁଁ ଲୋକଙ୍କୁ ନାହିଁ ନଥିବା ସସମ୍ୟା ହେଉଛି। ବାରମ୍ବାର ଅଭିଯୋଗ ସତ୍ୱେ ଅସ୍ଥାୟୀ ରାସ୍ତା ତିଆରି କରାଯାଉନଥିବା ମଧ୍ୟ ଅଭିଯୋଗ ହୋଇଛି। ବଡ଼ କଥା ହେଉଛି, ନାବାଳିକା ଡ୍ରେନରେ ଫସିବା ନେଇ ଜାଇକା କର୍ତୃପକ୍ଷଙ୍କୁ ଖବର ଦିଆଯାଇଥିଲେ ବି ସେମାନେ ଘଟଣାସ୍ଥଳକୁ ଆସିନଥିଲେ। ନାବାଳିକାର ବୟସ ୧୬ ବର୍ଷ ହେବ ବୋଲି ସୂଚନା ମିଳିଛି। ନାବାଳିକା ଜଣକ ଯାଉଥିବା ବେଳେ ଡ୍ରେନରେ ଖସି ପଡ଼ିଥିଲେ।