ଭୟାବହ ଟ୍ରେନ ଦୁର୍ଘଟଣା: ୫୦ରୁ ଅଧିକ ଆହତ, ଉଦ୍ଧାର କାର୍ଯ୍ୟ ଜାରି
ଓଏଲ୍ ବ୍ୟୁରୋ: ବାଲେଶ୍ବରର ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ। ମାଲବାହୀ ଟ୍ରେନ ସହ ମୁହାଁମୁହିଁ ଧକ୍କା ଯୋଗୁ କରମଣ୍ଡଳ ଏକ୍ସପ୍ରେସର ୫ଟି ବଗି ଓଲଟି ପଡ଼ିଥିବା ଯୋଗୁ ବହୁ ସଂଖ୍ୟାରେ ଯାତ୍ରୀ ମୃତାହତ ହୋଇଥିବାର ଆଶଙ୍କା କରାଯାଉଛି। ଏକ ଡାକ୍ତରୀ ଦଳ ଓ ଦୁଇ ଅଗ୍ନିଶମ ଟିମ୍କୁ ଦୁର୍ଘଟଣାସ୍ଥଳକୁ ପଠାଯାଇଛି। ଏହାସହିତ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳଙ୍କୁ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାରକାର୍ଯ୍ୟ ତଦାରକ କରିବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ଓ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳ ଅଭିମୁଖେ ଗସ୍ତ କରିଛନ୍ତି।
ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି। ଏବେ ବି ଜାରି ରହିଛି ଉଦ୍ଧାର କାମ। ଆଜି ବାଲେଶ୍ୱର ବାହାନଗା ନିକଟରେ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ। ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା।
ଉଲ୍ଲେଖଯୋଗ୍ୟ, ଏହି ଟ୍ରେନର ୫ଟି ବଗି ତଳେ ପ୍ରାୟ ୪୦୦ ଯାତ୍ରୀ ଏବେବି ଟ୍ରେନ ତଳେ ଚାପି ହୋଇ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଓ ଏନଡିଆରଏଫ ଟିମକୁ ଘଟଣାସ୍ଥଳକୁ ଯିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।