ସୋନପୁରକୁ ମିଳିଲା ନୂଆ ଜିଲ୍ଲାପାଳ, ପୂର୍ତ୍ତ ବିଭାଗର ସ୍ବତନ୍ତ୍ର ସଚିବ ନେଲେ ଦାୟିତ୍ତ୍ୱ
ପୂର୍ବରୁ ସୂର୍ଯ୍ୟନାରାୟଣ ଦାସ ଏହି ଦାୟିତ୍ତ୍ୱରେ ଥିଲେ।

ଓଏଲ୍ ବ୍ୟୁରୋ: ସୋନପୁର ଜିଲ୍ଲାକୁ ମିଳିଲା ନୂଆ ଜିଲ୍ଲାପାଳ। ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ସଚିବ ବିମଳେନ୍ଦୁ ରାୟ ହେଲେ ସୋନପୁରର ନୂଆ ଜିଲ୍ଲାପାଳ। ବିମଳେନ୍ଦୁଙ୍କ ନିଯୁକ୍ତି ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିମଳେନ୍ଦୁ ଏବେ ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରତ। ପୂର୍ବରୁ ସୂର୍ଯ୍ୟନାରାୟଣ ଦାସ ଏହି ଦାୟିତ୍ତ୍ୱରେ ଥିଲେ। ତେବେ ତାଙ୍କ ସ୍ଥାନରେ ବିମଳେନ୍ଦୁ ରାୟଙ୍କୁ ନିଯୁକ୍ତି ମିଳିଛି।