ବରଗଡ଼ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍
ଘଟଣାସ୍ଥଳରେ ପୁଲିସ ଏବଂ ରେଳ କର୍ମଚାରୀ ତଦନ୍ତ କରୁଛନ୍ତି।
![](https://www.odishalink.com/wp-content/uploads/2023/06/trainn-1-750x430.jpg)
ଓଏଲ୍ ବ୍ୟୁରୋ: ଗତ ଶୁକ୍ରବାରର ଘଟଣା ପରେ ଆଜି ବରଗଡ଼ରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଛି। ମେଣ୍ଢାପାଲି ନିକଟରେ ୫ଟି ବଗି ଲାଇନଚ୍ୟୁତ୍ ହୋଇଛି। ଡୁଙ୍ଗୁରି ଚୂନପଥର ଖଣିରୁ ଆସିବା ବେଳେ ଦୁର୍ଘଟଣା ହୋଇଛି। ଚୂନପଥର ଖଣିରୁ ସିମେଣ୍ଟ କାରଖାନା ଯାଉଥିଲା ମାଲବାହୀ ଟ୍ରେନ। ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ସୂଚନା ରହିଛି। ଘଟଣାସ୍ଥଳରେ ପୁଲିସ ଏବଂ ରେଳ କର୍ମଚାରୀ ତଦନ୍ତ କରୁଛନ୍ତି।