ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସାମିଲ ହେଲେ ୫ ନୂଆ ଦେଶ
ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟ ନିଉୟର୍କ ସହରର ମାନହାଟ୍ଟନଠାରେ ଅବସ୍ଥିତ।

ଓଏଲ୍ ବ୍ୟୁରୋ: ୨୦୨୪ ପାଇଁ ମିଳିତ ଜାତିସଂଘର ସାଧାରଣ ପରିଷଦରେ ବିଧିବଦ୍ଧ ନିର୍ବାଚିତ ପ୍ରକ୍ରିୟା ଶେଷ ହୋଇଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ନିର୍ବାଚିତ ହେଲେ ୫ ନୂଆ ଦେଶ। ଆଲଜେରିଆ, ଗୁଏନା, ସିଏରା ଲିଓନ, ସ୍ଲୋଭେନିଆ, ଦ.କୋରିଆ। ୨୦୨୪ ଜାନୁଆରୀ ୧ରୁ ଆଗାମୀ ୨ ବର୍ଷ ପାଇଁ ସଦସ୍ୟ ଭାବେ କାର୍ଯ୍ୟ କରିବେ ଏହି ନିର୍ବାଚିତ ୫ ଦେଶ।
ମିଳିତ ଜାତିସଂଘ ଗୋଟିଏ ଅନ୍ତଃ-ସରକାରୀ ଅନୁଷ୍ଠାନ ଯାହା ଅନ୍ତର୍ଜାତିକ ସହଯୋଗକୁ ବିକଶିତ କରିଥାଏ। ପୂର୍ବରୁ ନିଷ୍କ୍ରିୟ ଥିବା ଥିବା କେତେକ ରାଷ୍ଟ୍ରର ଗୋଷ୍ଠୀକୁ ପରିବର୍ତିତ ରୂପ ଦେଇ ୨୪ ଅକ୍ଟୋବର ୧୯୪୫ରେ ମିଳିତ ଜାତିସଂଘର ସଂସ୍ଥାପନା ହେଇଥିଲା। ଦ୍ୱିତୀୟ ମହାସମର ପରେ ଯେମିତି ସେପରି ନ ହୁଏ ସେତେବେଳେ ୫୧ଟି ସଦସ୍ୟ ରାଷ୍ଟ୍ରକୁ ନେଇ ଗଠନ ହେଇଥିବା ମିଳିତ ଜାତିସଂଘରେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୧୯୩। ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟ ନିଉୟର୍କ ସହରର ମାନହାଟ୍ଟନଠାରେ ଅବସ୍ଥିତ। ଏହା ବ୍ୟତୀତ ଜେନେଭା, ନାଇରୋବି,ଏବଂ ଭିଏନାରେ ମଧ୍ୟ ମୁଖ୍ୟ କାର୍ଯ୍ୟାଳୟ ସବୁ ରହିଛି।
ମିଳିତ ଜାତିସଙ୍ଘର ମୂଳ ଲକ୍ଷ୍ୟ ହେଲା ଅନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା, ମାନବିକ ଅଧିକାରର ଅଗ୍ରାଧିକାର, ସାମାଜିକ ଓ ଅର୍ଥନୈତିକ ସନ୍ତୁଳନ ରଖିବା, ପରିବେଶର ସୁରକ୍ଷା କରିବା ଓ ମରୁଡି ବା ପ୍ରକୃତିକ ଦୁର୍ବିପାକ ସମୟରେ ମାନବିକ ସାହାଯ୍ୟ ଯୋଗେଇଦେବା ଓ ସାମରିକ ଦ୍ୱନ୍ଦର ସମାଧାନ କରିବା।