ସଫଳ ହେଲା ଅଗ୍ନି-୫ ପ୍ରାଇମର ରାତ୍ରୀକାଳୀନ ପରୀକ୍ଷଣ
ଅବଦୁଲ କଲାମ ଦ୍ବୀପରୁ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଅଗ୍ନି-୫ର ସଫଲ ପରୀକ୍ଷଣ ହୋଇଥିଲା।

ଓଏଲ୍ ବ୍ୟୁରୋ: ଅଗ୍ନୀ-୫ ପ୍ରାଇମର ସଫଳ ପରୀକ୍ଷଣ। ନୂଆ ଜେନେରେସନ ବାଲାଷ୍ଟିକ ମିସାଇଲ ଅଗ୍ନୀ-୫ ପ୍ରାଇମର ସଫଳ ପରୀକ୍ଷଣ ହୋଇଛି। ଅବଦୁଲ କାଲାମ ଦ୍ବୀପରେ ହେଲା ସଫଳ ପରୀକ୍ଷଣ। ଗତକାଲି ରାତିରେ ଡିଆରଡିଓ ପକ୍ଷରୁ ସଫଳ ପରୀକ୍ଷଣ ହୋଇଛି।
ଗତ ଡ଼ିସେମ୍ବର ୨୦୨୨ରେ ଅରୁଣାଚଳ ପ୍ରଦେଶ ସୀମାରେ ଚୀନ୍ ସେନା ସହ ସଂଘର୍ଷ ପରେ ଅଗ୍ନି-୫ ମିସାଇଲର ପରୀକ୍ଷା କରି ଶକ୍ତି ଦେଖାଇଥିଲା ଭାରତ। ଓଡ଼ିଶାର ଧାମରାରେ ଥିବା ଏପିଜେ ଅବଦୁଲ କଲାମ ଦ୍ବୀପରୁ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଅଗ୍ନି-୫ର ସଫଲ ପରୀକ୍ଷଣ ହୋଇଥିଲା।
ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ହେଉଛି ୫,୫୦୦ କିଲୋମିଟର। ଏହା ବେଶ୍ ସହଜରେ ଚୀନ୍କୁ ଟାର୍ଗେଟ କରିପାରିବ। ଏହି ମିସାଇଲ ଦେଢ଼ ଟନ୍ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖେ। ଏହାର ଲମ୍ବ ସାଢ଼େ ୧୦ ମିଟର ଓ ଏହାର ଓସାର ଦେଢ଼ ମିଟର।
ଅଗ୍ନି-୫ ହେଉଛି ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଗ୍ରୁପ୍ରର ଏକ ଅତ୍ୟାଧୁନିକ ମିସାଇଲ୍। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରି ଭାରତ ବିଶ୍ୱର ଏଲିଟ୍ ଗ୍ରୁପରେ ସାମିଲ ହୋଇସାରିଛି।