କେରଳ ଛୁଇଁଲା ମୌସୁମୀ ବାୟୁ: ଆଇଏମ୍ଡି
ସପ୍ତାହେ ବିଳମ୍ବରେ ମୌସୁମୀ ସ୍ଥଳଭାଗ ଛୁଇଁଲା।

ଓଏଲ୍ ବ୍ୟୁରୋ: ତାତିରୁ ମିଳିବ ତ୍ରାହି। କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସପ୍ତାହେ ବିଳମ୍ବରେ ମୌସୁମୀ ସ୍ଥଳଭାଗ ଛୁଇଁଲା। ଦକ୍ଷିଣ-ପଶ୍ଚିମକୁ ଗତି କରିବା ପାଇଁ ପାଗ ଅନୁକୂଳ ଥିବାବେଳେ ମୌସୁମୀ କେରଳ ଛୁଇଁବା ନେଇ ଆଇଏମ୍ଡି ପକ୍ଷରୁ ସୂଚନା ଜାରି ହୋଇଛି। ତେବେ ମୌସୁମୀ ବାୟୁ କେରଳର ବିଭିନ୍ନ ସ୍ଥାନରେ ପ୍ରଭାବ ପକାଇଥିବାରୁ ଚାଷ ଅନୁକୂଳ ହେବ ବୋଲି କୁହାଯାଉଛି।
ପୂର୍ବରୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବୋଲି ଅନୁମାନ କରାଯାଉଥିଲା। ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଥିଲା। ଦେଶରେ ଚାଷୀ ଭାଇମାନେ ବିଶେଷ ଭାବେ ମୌସୁମୀ ଉପରେ ନିର୍ଭର କରି ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ତେଣୁ ମୌସୁମୀ ପହଂଚିବା ପରେ ଚାଷୀ ଭାଇମାନେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ କରିପାରିବେ।