ଗ୍ରାହକଙ୍କୁ ଆଶ୍ୱସ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍
ଏହାସହ ବ୍ୟାଙ୍କ ଋଣ ମଧ୍ୟ ଅପରିବର୍ତ୍ତିତ ରହିବ।

ଓଏଲ୍ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ ସୂଚନା ପ୍ରକାଶ ପାଇଛି। ଯାହାପରେ ଗ୍ରାହକମାନଙ୍କୁ ବଡ ଆଶ୍ୱସ୍ତି ମିଳିଛି। ରେପୋ ରେଟ୍ ବୃଦ୍ଧି ପାଇବାର ଆଶଙ୍କା ଥିବାବେଳେ ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି। ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ରେପୋ ରେଟ୍ ପରିବର୍ତନ ନହେବାରୁ ଇଏମଆଇ ମଧ୍ୟ ବୃଦ୍ଧି ପାଇବନି ବୋଲି ସୂଚନା ମିଳିଛି। ଏହାସହ ବ୍ୟାଙ୍କ ଋଣ ମଧ୍ୟ ଅପରିବର୍ତ୍ତିତ ରହିବ।
ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ପୂର୍ବରୁ ମଧ୍ୟ ଏପ୍ରିଲ ମାସରେ ରେପୋ ରେଟ୍ ବୃଦ୍ଧି ପାଇବାର ଆଶଙ୍କା ଥିବାବେଳେ ଏହା ଅପରିବର୍ତ୍ତିତ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଯାହା ଗ୍ରାହକଙ୍କ ପାଇଁ ଖୁସି ଖବର ପାଲଟିଥିଲା।