ଦୀର୍ଘଦିନ ପରେ ସ୍ଥଗିତ ହେଲା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ
ଅନୁରାଗ ଠାକୁରଙ୍କ ସହ ବୈଠକ ପରେ ୫ ଦାବି ରଖିଛନ୍ତି କୁସ୍ତିଯୋଦ୍ଧା।

ଓଏଲ୍ ବ୍ୟୁରୋ: ବ୍ରିଜଭୂଷଣଙ୍କୁ ନେଇ ଥମୁନି ବିବାଦ। ସାକ୍ଷୀ ମଲ୍ଲିକ, ଭିନେଓ ଫୋଗଟ, ବଜରଙ୍ଗ ପୁନିଆଙ୍କ ଭଳି ପ୍ରମୁଖ କୁସ୍ତିଯୋଦ୍ଧା ରେଳ ବିଭାଗରେ ଯୋଗଦେବା ପରେ ବି ଥମୁନି କୁସ୍ତିଯୋଦ୍ଧଙ୍କ ଆନ୍ଦୋଳନ। ତେବେ ଏନେଇ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଆଲୋଚନା କରିଥିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଦାବି ପୂରଣ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ୫ ଘଣ୍ଟାର ଆଲୋଚନା ପରେ ଆନ୍ଦୋଳନକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି। ଅନୁରାଗ ଠାକୁରଙ୍କ ସହ ବୈଠକ ପରେ ୫ ଦାବି ରଖିଛନ୍ତି କୁସ୍ତିଯୋଦ୍ଧା।
ଭାରତୀୟ କୃସ୍ତିଯୋଦ୍ଧା ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ସିଂହଙ୍କ ଗିରଫ ଓ ଅନ୍ୟାନ୍ୟ ଦାବି ରଖିଛନ୍ତି। ଡବ୍ଲୁଏଫଆଇରେ ସ୍ୱଚ୍ଛ ଏବଂ ଅବାଧ ନିର୍ବାଚନ, ବ୍ରିଜଭୂଷଣ ଅବା ତାଙ୍କ ପରିବାରର କୌଣସି ସଦସ୍ୟ ଡବ୍ଲ୍ୟୁଏଫଆଇରେ ରହିପାରିବେ ନାହିଁ, କୁସ୍ତିଯୋଦ୍ଧାଙ୍କ ଉପରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ସହ ବ୍ରିଜଭୂଷଣଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି କୁସ୍ତିଯୋଦ୍ଧା। ତେବେ କୁସ୍ତିଯୋଦ୍ଧାଙ୍କ ଦାବି ପରେ ଜୁନ୍ ୧୫ ତାରିଖ ସୁଦ୍ଧା ବ୍ରିଜଭୂଷଣ ସିଂହଙ୍କ ବିରୋଧର ତଦନ୍ତ ଶେଷ ହେବ ବୋଲି କ୍ରୀଡା ମନ୍ତ୍ରୀ କୁସ୍ତିଯୋଦ୍ଧାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ବ୍ରିଜଭୂଷଣ ଗିରଫ ହେବା ନେଇ ମନ୍ତ୍ରୀ କୌଣସି ସୂଚନା ଦେଇନାହାଁନ୍ତି।