+୩ରେ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜୁନ୍ ୧୯ରୁ ଅନଲାଇନ୍ ଆବେଦନ
ଜୁଲାଇ ୧୪ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଓଏଲ୍ ବ୍ୟୁରୋ: ଯୁକ୍ତ ୩ରେ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଜୁନ୍ ୧୯ରୁ ଜୁଲାଇ ୪ ଯାଏଁ ଅନଲାଇନ୍ ଆବେଦନ। ଜୁଲାଇ ୪ ତାରିଖ ଯାଏଁ ଚାଲିବ ଅନଲାଇନ୍ ଫର୍ମପୂରଣ। ଏହାପରେ ଜୁଲାଇ ୧୪ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା।
ସେହିଭଳି ଜୁଲାଇ ୨୭ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ ୩ରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା। ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ ମେଧା ତାଲିକା। ସେପ୍ଟେମ୍ବର ୧ରେ ପଞ୍ଚମ ଓ ସେପ୍ଟେମ୍ବର ୧୩ରେ ଷଷ୍ଠ ମେଧା ତାଲିକା ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।