ଅଘୋଷିତ ବିଜୁଳି କାଟକୁ ନେଇ ଛାତ୍ର କଂଗ୍ରେସର ପ୍ରତିବାଦ, ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ
ଅଘୋଷିତ ବିଦ୍ୟୁତକାଟକୁ ବିରୋଧ

ଓଏଲ୍ ବ୍ୟୁରୋ: ଅସହ୍ୟ ତାତିରେ ଜଳୁଛି ରାଜ୍ୟର ଅନେକ ଜିଲ୍ଲା। ଗରମରେ ଲୋକ ଆଉଟୁପାଉଟୁ ହେଉଥିବାବେଳେ ଅନେକ ସମୟରେ ବିଦ୍ୟୁତ କାଟ ହେଉଛି। ଯାହାକୁ ନେଇ ବଢୁଛି ଅସନ୍ତୋଷ। ପାୱାରକଟ ବିରୋଧରେ ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ। ଅଘୋଷିତ ବିଦ୍ୟୁତକାଟକୁ ବିରୋଧ କରି ହାତରେ ବିଂଚଣା ଓ ଲଣ୍ଠନ ଧରି ବିକ୍ଷୋଭ କରୁଛନ୍ତି ଛାତ୍ର କଂଗ୍ରେସ।
ଅନ୍ୟପଟେ, ତାତି ବଢୁଥିବାରୁ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅଂଶୁଘାତ ଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୋଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହିଭଳି ୪ଟି ଜିଲ୍ଲା ସୁନ୍ଦରଗଡ, କନ୍ଧମାଳ, ନୂଆପଡା ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।