ଭାରି ପଡ଼ିଲା ଅଚଳାଚଳ ସଂପତ୍ତି, ଗିରଫ ହେଲେ କଟକ ସଦର ବ୍ଲକ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂ୍ୟାଁ
ଅଚଳାଚଳ ସଂପତ୍ତି ଠାବ ପରେ ସହକାରୀ ଯନ୍ତ୍ରୀ ବିକାଶ ଭୂୟାଁ ଗିରଫ

ଓଏଲ୍ ବ୍ୟୁରୋ: ପୁଣି ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ କଟକ ସଦର ବ୍ଲକ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂ୍ୟାଁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଥିଲା। ଅଚଳାଚଳ ସଂପତ୍ତି ଠାବ ପରେ ସହକାରୀ ଯନ୍ତ୍ରୀ ବିକାଶ ଭୂୟାଁ ଗିରଫ।
ବିକାଶ ଚନ୍ଦ୍ର ଭୂୟାଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ତାଙ୍କର ଅନେକ ଅଚଳାଚଳ ସଂପତ୍ତି ଠାବ କରାଯାଇଛି। ଚଢ଼ାଉ ବେଳେ ତାଙ୍କ ଘରୁ ୩୮ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ଠାବ କରାଯାଇଛି। କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନ ଗୁଡ଼ିକରେ ତାଙ୍କର ୭ଟି ପ୍ଲଟ୍ ରହିଛି।