ପାଖେଇ ଆସୁଛି ରଥଯାତ୍ରା, ପ୍ରସ୍ତୁତ ହେଉଛି ରଥ
ଶୃଙ୍ଖଳିତ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

ଓଏଲ୍ ବ୍ୟୁରୋ: ବଡ଼ଦାଣ୍ଡକୁ ଆସିବେ ବଡ଼ଠାକୁର। ପାଖେଇ ଆସୁଛି ରଥଯାତ୍ରା। ରଥଯାତ୍ରା ପାଇଁ ଅପେକ୍ଷାରତ କୋଟି କୋଟି ଶ୍ରଦ୍ଧାଳୁ। ମହାବାହୁ ଦର୍ଶନ ଦେବେ କୋଟି କୋଟି ଜନତାଙ୍କୁ। ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ରଥଯାତ୍ରାକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ହୋଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ। ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ଦାୟିତ୍ୱ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଭକ୍ତମାନେ ଭଲ ଅନୁଭୂତି ନେଇ ଫେରିବା ଉପରେ ଦୃଷ୍ଟି ଦେବା ଉଚିତ। ପୁରୀ ସମସ୍ତଙ୍କ ସେବା ଓ ସମର୍ପଣର ମନୋଭାବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି। ଦାରୁମୂରତିଙ୍କୁ ଦେଖିବା ପାଇଁ ଆବାଳ, ବୃଦ୍ଧ, ବନିତାଙ୍କ ଜମିବ ଭିଡ। ମହାପ୍ରଭୁଙ୍କୁ ଦେଖିବା ପାଇଁ ସୁଦୂର ପ୍ରାନ୍ତରୁ ସବୁ ବର୍ଷ ଭଳି ଏବର୍ଷ ଭକ୍ତଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଛି। ରଥଯାତ୍ରାରେ ହେବାକୁ ଭିଡ଼କୁ ନଜରରେ ରଖି ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଉଛି। ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ରଥଯାତ୍ରା ଦିନ ସକାଳ ୯ଟା ୩୦ରେ ମହାପ୍ରଭୁଙ୍କ ପହଣ୍ଡି ସମୟ ସ୍ଥିର ହୋଇଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ।