Odisha Link
Bridging the Missing Links in Odisha

ତାତିରୁ ନାହିଁ ତ୍ରାହି, ୪୪ ଡିଗ୍ରୀ ଟପିଲା ରାଜଧାନୀର ତାପମାତ୍ରା

ଟ୍ବିନ୍‌ ସିଟିର କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆଶଙ୍କାରେ ହିଟ ୱେଭ ଆଲର୍ଟ

ଓଏଲ୍‌ ବ୍ୟୁରୋ: ତାତିରୁ ନାହିଁ ନିସ୍ତାର। ଅସହ୍ୟ ତାତିରେ ଜଳୁଛି ସାରା ଓଡ଼ିଶା। ଦିନ ୨ଟା ୩୦ରେ ଝାରସୁଗୁଡ଼ାରେ ତାପମାତ୍ରା ୪୪.୬, ଭୁବନେଶ୍ବରରେ ୪୪.୪ ଡିଗ୍ରୀ ରେକର୍ଡ ହୋଇଛି। ହୀରାକୁଦରେ ୪୩.୮ ଡିଗ୍ରୀ, କେନ୍ଦୁଝରରେ ୪୦ ଡିଗ୍ରୀ, ଚାନ୍ଦବାଲିରେ ୩୭.୬ ଡିଗ୍ରୀ, ବାଲେଶ୍ୱରରେ ୩୫ ଡିଗ୍ରୀ, ଗୋପାଳପୁରରେ ୩୬.୮ ଡିଗ୍ରୀ, ପୁରୀରେ ୩୪.୮ ଡିଗ୍ରୀ ଓ ପାରାଦୀପରେ ୩୩.୪ ଡିଗ୍ରୀ ରେକର୍ଡ ହୋଇଛି।

ଅନ୍ୟପଟେ, ଟ୍ବିନ୍‌ ସିଟିର କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆଶଙ୍କାରେ ହିଟ ୱେଭ ଆଲର୍ଟ କରାଯାଇଛି। କଟକ-ଭୁବନେଶ୍ବର ପାଇଁ ହିଟ୍‌ ୱେଭ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ। ଶିଶୁ, ବୟସ୍କ, ରୋଗୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରଚୁର ପାଣି ପିଇବା, ଖରାକୁ ନବାହାରିବାକୁ ପରାମର୍ଶ ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Leave A Reply

Your email address will not be published.