Odisha Link
Bridging the Missing Links in Odisha

ବାହାନଗା ରେଳ ଦୁର୍ଘଟଣା: ୨୯୧ ଛୁଇଁଲା ମୃତ୍ୟୁ ସଂଖ୍ୟା

ମୃତକ ବିହାରର ୩୨ ବର୍ଷୀୟ ଶୋହେଲ ମଂଶୁର।

ଓଏଲ୍‌ ବ୍ୟୁରୋ: ଆଜି ବାହାନଗା ରେଳ ଦୁର୍ଘଟଣାକୁ ୧୬ ଦିନ। ଏହି ଭୟଙ୍କର ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଛି। ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୧କୁ ବୃଦ୍ଧି ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ବିହାରର ୩୨ ବର୍ଷୀୟ ଶୋହେଲ ମଂଶୁର।

ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ମୃତକ ହେଲେ ବିଜୟ ପାଶୱାନ। ବ୍ୟକ୍ତି ଜଣକ ବିହାରର ବୋଲି ଜଣା ପଡିଥିଲା। ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରଠାରୁ କଟକ ବଡ଼ ମେଡିକାଲ ଆଇସିୟୁରେ ଥିଲେ। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଆହତଙ୍କ ମଧ୍ୟରେ ତାହା ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।

ଖବର ଅନୁସାରେ, ଜୁନ୍‌ ୨ ଠିକ୍‌ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୮୮ ଜଣ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ତଦନ୍ତ କରୁଛି ସିବିଆଇ। ବାଲେଶ୍ୱରରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାର କାରଣ କଣ ହୋଇପାରେ ଏନେଇ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ ତଦନ୍ତ ଦାଇତ୍ୱ ସିବିଆଇ ଟିମ୍ କୁ ଦିଆଯାଇଛି।

Leave A Reply

Your email address will not be published.