Odisha Link
Bridging the Missing Links in Odisha

ଆକାଶ ମାର୍ଗରୁ ‘ବିପର୍ଯ୍ୟୟ’ ପରର ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ

୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ

ଓଏଲ୍‌ ବ୍ୟୁରୋ: ଗୁଜରାଟରେ ବାତ୍ୟା ସମୟରେ ଓ ପରେ ବାତ୍ୟା ‘ବିପର୍ଯ୍ୟୟ’ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଗୁଜରାଟର ସୌରାଷ୍ଟ୍ର କଚ୍ଛ ଉପକୂଳରେ ଲାଣ୍ଡଫଲ୍‌ ଭିତରେ ବାତ୍ୟା ‘ବିପର୍ଯ୍ୟୟ’ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଏନେଇ କଚ୍ଛରେ ଆକାଶ ମାର୍ଗରୁ ‘ବିପର୍ଯ୍ୟୟ’ ପରର ବାତ୍ୟା ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ।

ବାତ୍ୟା ‘ବିପର୍ଯ୍ୟୟ’ରେ ଖାଲି ବ୍ୟାପକ କ୍ଷୟକ୍ଷତି ହୋଇନାହିଁ ବରଂ ଏ ସାମୁଦ୍ରିକ ଝଡ଼ବାତ୍ୟା ପ୍ରଭାବରେ ଗୁଜରାଟର ୧୦ଟି ଜିଲ୍ଲାବାସୀ ପ୍ରଭାବିତ ହୋଇଛନ୍ତି। ଏସବୁ ଜିଲ୍ଲାରେ ୨୨ ଜଣ ଆହତ ହୋଇଥିବାବେଳେ ୨୦ରୁ ଅଧିକ ପଶୁପକ୍ଷୀଙ୍କ ମୃତ୍ୟୁ ହୋଇଛି। ୧୪୫ କି.ମି. ବେଗରେ ପବନ ବହିବାରୁ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି। ୯୪୦ ଗାଁ ଅନ୍ଧାରରେ ଥିବାବେଳେ ଭୁଜ୍ ଓ ଦ୍ୱାରକାରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା।

Leave A Reply

Your email address will not be published.