Odisha Link
Bridging the Missing Links in Odisha

ତାତିରୁ ନାହିଁ ନିସ୍ତାର, ୪୫ ଡିଗ୍ରୀ ଛୁଇଁଲା ସମ୍ବଲପୁର ସହରର ତାପମାତ୍ରା

୪୫ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ଓଡ଼ିଶାବାସୀ। ୪୫ ଡିଗ୍ରୀ ଛୁଇଁଲା ସମ୍ବଲପୁର ସହରର ତାପମାତ୍ରା। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଅସହ୍ୟ ତାତି। ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି। ୪୫ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି।

ଝାରସୁଗୁଡ଼ାରେ ୪୪.୪, ହୀରାକୁଦରେ ୪୪, ଚାନ୍ଦବାଲିରେ ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଗୋପାଳପୁରରେ ୩୫ ଡ଼ିଗ୍ରୀ, ପାରାଦୀପରେ ୩୪.୨ ଡ଼ିଗ୍ରୀ, ପୁରୀରେ ୩୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୩.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Leave A Reply

Your email address will not be published.