ଭିଜିଲାନ୍ସ ପଞ୍ଝାରେ ବରିଷ୍ଠ ରାଜସ୍ବ ସହାୟକ, ଏକକାଳୀନ ୫ଟି ସ୍ଥାନରେ ରେଡ୍
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢ଼ାଉ
ଓଏଲ୍ ବ୍ୟୁରୋ: ପୁଣି ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡ଼ିଥିବା ସରକାରୀ ବାବୁ ହେଉଛନ୍ତି ଜଣେ ବରିଷ୍ଠ ରାଜସ୍ବ ସହାୟକ। ଭିଜିଲାନ୍ସ ଜାଲରେ ପଡ଼ିଥିବା ରାଜସ୍ବ ସହାୟକ ରାମଚନ୍ଦ୍ର ସେନ୍ ମୟୂରଭଞ୍ଜ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢ଼ାଉ।
ରାଜସ୍ବ ସହାୟକ ରାମଚନ୍ଦ୍ର ସେନଙ୍କ ୪ ମହଲା କୋଠା, ରଘୁନାଥଗଞ୍ଜରେ ଥିବା ୩ ମହଲା କୋଠାରେ ରେଡ୍ ହୋଇଛି। ଏଠାରେ ଏକ ଫିଜିଓଥେରାପି କ୍ଲିନିକ ମଧ୍ୟ ରହିଛି। ବାରିପଦାସ୍ଥିତ ଅଫିସ ଚାମ୍ବର, ସାମଖୁଣ୍ଟା ତହସିଲ ଅଫିସରେ ଥିବା ପୁଅର ଚାମ୍ବର ଓ ବାରିପଦା ଟାଉନ ତୁଳସୀ ଚଉରାରେ ଥିବା ସମ୍ପର୍କୀୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍।