Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ବରିଷ୍ଠ ରାଜସ୍ବ ସହାୟକ, ରେଡ୍ ସମୟରେ ବିପୁଳ ସଂପତ୍ତି ଠାବ

ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବାବେଳେ ମିଳିଛି ଅମାପ ସଂପତ୍ତି

ଓଏଲ୍‌ ବ୍ୟୁରୋ: ପୁଣି ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡ଼ିଥିବା ସରକାରୀ ବାବୁ ହେଉଛନ୍ତି ଜଣେ ବରିଷ୍ଠ ରାଜସ୍ବ ସହାୟକ। ଭିଜିଲାନ୍ସ ଜାଲରେ ପଡ଼ିଥିବା ରାଜସ୍ବ ସହାୟକ ରାମଚନ୍ଦ୍ର ସେନ୍ ମୟୂରଭଞ୍ଜ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବାବେଳେ ମିଳିଛି ଅମାପ ସଂପତ୍ତି।

ରେଭିନ୍ୟୁ ଆସିଷ୍ଟାଣ୍ଟ ରାମଚନ୍ଦ୍ର ସେନ୍‌ଙ୍କ ଅଛି ୧୫ଟି ପ୍ଲଟ। ୨ଟି ବହୁତଳ କୋଠା ସହ ବ୍ୟାଙ୍କ ଓ ବୀମା ଡିପୋଜିଟ୍ ୨୯ ଲକ୍ଷ ଟଙ୍କା। ୩ଟି ୪ ଚକିଆ ଓ ୫ଟି ୨ଚକିଆ ଗାଡ଼ି ମଧ୍ୟ ଠାବ କରିଛି ଭିଜିଲାନ୍ସ। ରାଜସ୍ବ ସହାୟକ ରାମଚନ୍ଦ୍ର ସେନଙ୍କ ୪ ମହଲା କୋଠା, ରଘୁନାଥଗଞ୍ଜରେ ଥିବା ୩ ମହଲା କୋଠାରେ ରେଡ୍ ହୋଇଛି। ଏଠାରେ ଏକ ଫିଜିଓଥେରାପି କ୍ଲିନିକ ମଧ୍ୟ ରହିଛି। ବାରିପଦାସ୍ଥିତ ଅଫିସ ଚାମ୍ବର, ସାମଖୁଣ୍ଟା ତହସିଲ ଅଫିସରେ ଥିବା ପୁଅର ଚାମ୍ବର ଓ ବାରିପଦା ଟାଉନ ତୁଳସୀ ଚଉରାରେ ଥିବା ସମ୍ପର୍କୀୟଙ୍କ ଘରେ ଚାଲିଥିଲା ଭିଜିଲାନ୍ସ ରେଡ୍।

Leave A Reply

Your email address will not be published.