ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶତାଧିକ ମହିମା ସାଧୁ
ମହିମା ଗାଦିର ସାଧୁମାନଙ୍କ ସହ ସ୍ଥାନୀୟ ବାସିନ୍ଦାଙ୍କ ଖୁସି ପ୍ରକାଶ କରିଛନ୍ତି
ଓଏଲ୍ ବ୍ୟୁରୋ: ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶତାଧିକ ମହିମା ସାଧୁ। ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା। ଗତ କିଛି ଦିନ ପୂର୍ବେ ମହିମା ଗାଦିର ଉନ୍ନତିକରଣ ପାଇଁ ଆର୍ଥିକ ରାଶି ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଯୋରନ୍ଦାବାସୀ। ଏଥିପାଇଁ ମହିମା ଗାଦିର ସାଧୁମାନଙ୍କ ସହ ସ୍ଥାନୀୟ ବାସିନ୍ଦାଙ୍କ ଖୁସି ପ୍ରକାଶ କରିଛନ୍ତି।
ଖବର ଅନୁସାରେ, ମହିମା ଗାଦିର ନବକଳେବର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ୧୧୨ କୋଟି ଟଙ୍କା ମଞ୍ଜୁର କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଯୋରନ୍ଦାବାସୀ। ପୂର୍ବରୁ ୫ଟି ସଚିବ ଭି.କେ ପାଣ୍ଡିଆନ ମହିମା ଗାଦି ପରିଦର୍ଶନ କରିଥିଲେ। ଏହାପରେ ମହିମା ଗାଦିର ନକଳେବର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଖୁବଶୀଘ୍ର କାମ ଆରମ୍ଭ ହୋଇ ଆସନ୍ତା ବର୍ଷ ମାଘ ପୂର୍ଣ୍ଣିମା ପୂର୍ବରୁ ଶେଷ ହେବ ବୋଲି ସୂଚନା ରହିଛି।