ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ କଂପାନୀ ପ୍ରସ୍ତୁତ: ଟିପିସିଓଡିଏଲ୍
ବିଦ୍ୟୁତ ଯୋଗାଣ ପାଇଁ ୫ଶହ କର୍ମଚାରୀଙ୍କୁ ମୁତୟନ
ଓଏଲ୍ ବ୍ୟୁରୋ: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରାକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ଏହାରି ମଧ୍ୟରେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ଟିପିସିଓଡିଏଲ୍ ସିଇଓ। ପୁରୀରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଅଛି। ରଥଯାତ୍ରାରେ ବିଦ୍ୟୁତ ଯୋଗାଣ ପାଇଁ ୫ଶହ କର୍ମଚାରୀଙ୍କୁ ମୁତୟନ କରାଯାଇଛି।
ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ କଂପାନୀ ପ୍ରସ୍ତୁତ ଥିବା ଟିପିସିଓଡିଏଲ୍ ସିଇଓ କହିଛନ୍ତି। ଏହାସହ ରଥଯାତ୍ରାରେ ବିଦ୍ୟୁତ ଭିତ୍ତିଭୂମିରେ ଉନ୍ନତି ପାଇଁ କାର୍ଯ୍ୟ କରାଯାଇଛି। ପୁରୀ ଡିଭିଜନର ୩୫ ଅଧିକାରୀ, ୧୫ ସୁପରଭାଇଜରଙ୍କୁ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି ଟିପିସିଓଡିଏଲ୍ ସିଇଓ।
ଅନ୍ୟପଟେ, ଭୁବନେଶ୍ୱର ଗ୍ରୀଡକୋ ଅଫିସ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ବିଜୁଳି କାଟ୍ ପ୍ରତିବାଦରେ ଗ୍ରୀଡକୋ ଅଫିସ ସମ୍ମୁଖରେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଅନେକ ପ୍ରତିବାଦ ଦେଖିବାକୁ ମିଳିଛି।