Odisha Link
Bridging the Missing Links in Odisha

ଯୋଗ କଲେ ମହାମହିମ, ଦୈନନ୍ଦିନ ଜୀବନରେ ଯୋଗ କରିବାକୁ ଦେଲେ ଉଦବୋଧନ

ଯୋଗକୁ ସାମିଲ କରିବାକୁ ଅପିଲ କଲେ ରାଷ୍ଟ୍ରପତି

ଓଏଲ୍‌ ବ୍ୟୁରୋ: ଆଜି ସାରା ବିଶ୍ବ ପାଳୁଛି ଯୋଗ ଦିବସ। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଷ୍ଟ୍ରପତି ଭାବନରେ ଯୋଗ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମସ୍ତେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବାକୁ ଅପିଲ କଲେ ରାଷ୍ଟ୍ରପତି। ଏହା ସହ ପ୍ରାୟ ସବୁ ସ୍ତରର ଲୋକ ଯୋଗ ଦିବସ ପାଳନ କରଥିବା ଜାଣିବାକୁ ମିଳିଛି।

ଜୁନ ୨୧ ତାରିଖରେ ପାଳନ ହୁଏ ବିଶ୍ୱବ୍ୟାପୀ ଆନ୍ତର୍ଜାତିକ ଯୋଗ ଦିବସ। ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେସନ ଦ୍ୱାରା ଡିସେମ୍ବର ୧୧, ୨୦୧୪ରେ ସଂକଳ୍ପ ହୋଇଥିଲା। ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା। ଏହି ଅବସରରେ ନ୍ୟୁୟର୍କର ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ସାମିଲ୍ ହୋଇଥିଲେ ମୋଦି।

ସୂଚନା ଅନୁସାରେ, ୨୦୧୪ ସେପ୍ଟେମ୍ବର ୨୭ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୧କୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଅଭ୍ୟାସ ପୂର୍ବକ ଯୋଗ ଦିବସ ପାଳନ ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ। ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେସନକୁ ପ୍ରଥମ କରି ସମ୍ବୋଧିତ କରି ଅଭିଭାଷଣରେ କହିଥିଲେ ଯେ, ପରିବର୍ତ୍ତନଶୀଳ ଦୁନିଆରେ ସବୁକିଛି ପରିବର୍ତ୍ତନ ହେଉଥିବାବେଳେ ଜଳବାୟୁ ପରିବର୍ତ୍ତନ ହେବା ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ।

ଆମ ଭାରତୀୟ ସଂସ୍କୃତିରେ ଏହାର ମୁକାବିଲା କରିବା ପାଇଁ ଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି। ଯୋଗକୁ କେବଳ ବ୍ୟାୟାମରେ ସୀମିତ ନରଖି ଶାସ୍ତ୍ରାନୁସାରେ ପରିବ୍ୟାପ୍ତ କରାଗଲେ ସବୁକିଛିର ପରିବର୍ତ୍ତନ କରାଯାଇପାରିବ। ତେଣୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଦିବସ ପାଳନ କରାଯିବା ଉଚିତ।

Leave A Reply

Your email address will not be published.