କଂଗ୍ରେସ ଏକ ଜାତୀୟ ଦଳ, ମତାନ୍ତର ରହିବା ସ୍ବାଭାବିକ: ବିଜୟ ପଟ୍ଟନାୟକ
ମତାନ୍ତର ରହିବ କିନ୍ତୁ ୨୦୨୪ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବନି

ଓଏଲ୍ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏସବୁ ମଧ୍ୟରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଶେଷ ହୋଇଛି। ଆଗାମୀ ନିର୍ବାଚନକୁ ନଜରରେ ରଖି ଆରମ୍ଭ ହୋଇଯାଇଛି ରାଜନୈତିକ ଚର୍ଚ୍ଚା। ଏହରି ମଧ୍ୟରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ହେବା ନେଇ ସାଂସଦ-ବିଧାୟକ ବିବାଦ ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ।
ମୁନିଗୁଡ଼ାରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ନିଜର ମନ୍ତବ୍ୟ ଦେଇ କହିଛନ୍ତି, କଂଗ୍ରେସ ଏକ ଜାତୀୟ ଦଳ, ମତାନ୍ତର ରହିବା ସ୍ବାଭାବିକ। ଯେହେତୁ କଂଗ୍ରେସ ଏକ ଜାତୀୟ ଦଳ, ମତାନ୍ତର ରହିବ କିନ୍ତୁ ୨୦୨୪ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବନି। ୨୦୨୪ରେ ଠିକ୍ ପ୍ରାର୍ଥୀ ବଛାଯାଇ ଟିକେଟ ଦିଆଯିବ, କୌଣସି ଅସୁବିଧା ହେବନି ବୋଲି କହିଛନ୍ତି ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ।