ଭାରତକୁ ଗର୍ବିତ କଲେ ଓଡ଼ିଶା ମାଟିର ଝିଅ, ଜର୍ମାନର ସ୍ବତନ୍ତ୍ର ଅଲମ୍ପିକରେ ଜିତିଲେ ରୌପ୍ୟ
ଓଡ଼ିଶା ପାଇଁ ଗୌରବ ଆଣିଦେଇଛନ୍ତି
![](https://www.odishalink.com/wp-content/uploads/2023/06/germany-750x430.jpg)
ଓଏଲ୍ ବ୍ୟୁରୋ: ପୁଣି ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ଗର୍ବିତ କଲେ ଓଡ଼ିଶା ମାଟିର ଝିଅ। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ଖୁଣ୍ଟୁକଟା ପଞ୍ଚାୟତ ସ୍ତିତ ରେଗେଡାପଡା ଗ୍ରାମର ଝିଅ କଳ୍ପନା ଜେନା ଓଡ଼ିଶା ପାଇଁ ଗୌରବ ଆଣିଦେଇଛନ୍ତି। ଜର୍ମାନର ବର୍ଲିନରେ ଆୟୋଜିତ ସ୍ବତନ୍ତ୍ର ଅଲମ୍ପିକରେ ରୌପ୍ୟ ପଦକ ପାଇବା ସହ ଭାରତ ପାଇଁ ଗର୍ବ ଓ ଗୈାରବ ଆଣିଛନ୍ତି। ରେଗେଡାପଡା ଗ୍ରାମର ଝିଅ କଳ୍ପନା ଜେନା ରୌପ୍ୟ ପଦକ ଜିତିବା ପରେ ତାଙ୍କ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟି ଯାଇଛି।