ପ୍ରାକ୍ ମୌସୁମୀ ପ୍ରଭାବ! ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ
ପାଗ ସମ୍ପୂର୍ଣ ଅନୁକୂଳ ଥିବା ପାଣିପାଗ ବିଭାଗ ଏକ ପ୍ରକାର ସୂଚନା ଦେଇଛି
ଓଏଲ୍ ବ୍ୟୁରୋ: ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଏଯାଏଁ ମୌସୁମୀ ଛୁଇଁପାରିନି ଓଡ଼ିଶା। ତେବେ ମୌସୁମୀ କେବେ ଓଡ଼ିଶା ଛୁଇଁବ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବାବେଳେ ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ ଅନୁକୂଳ ଥିବା ପାଣିପାଗ ବିଭାଗ ଏକ ପ୍ରକାର ସୂଚନା ଦେଇଛି। ରାଜଧାନୀରେ କିଛି ସ୍ଥାନରେ ବର୍ଷା ହେଉଥିବାବେଳେ କିଛି ସ୍ଥାନରେ କୋହଲା ପାଗ ହୋଇଛି। ଯାହାକୁ ଦେଖି ମୌସୁମୀ ଆଗମନ ହେବ ବୋଲି କୁହାଯାଉଛି। ପ୍ରାକ ମୌସୁମୀ ପ୍ରଭାବରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ୩ ଘଣ୍ଟା ପାଇଁ ୧୧ ଜିଲ୍ଲାରେ ବର୍ଷା ନେଇ ସତର୍କତା ଦେଇଛି ପାଣିପାଗ ବିଭାଗ। ଖୋର୍ଦ୍ଧା (ଭୁବନେଶ୍ୱର), ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ରାୟଗଡ଼ା, ଗଜପତି, ଗଂଜାମ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ଆଲର୍ଟ କରାଯାଇଛି। ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଥିଲା। ରାଜ୍ୟର କିଛି ସ୍ଥାନରେ ବର୍ଷା ସହ ଘଡଘଡି ହୋଇଥିଲା। ବର୍ଷା ପବନ ଯୋଗୁଁ ତାତିରୁ ସାମାନ୍ୟ ତ୍ରାହି ମିଳିଥିବା କୁହାଯାଉଛି।