ଆମେରିକା ଭାରତର ସବୁଠୁ ବଡ଼ ବ୍ୟବସାୟିକ ସହଯୋଗୀ: ପିଏମ୍ ମୋଦି
ଏହି ପାର୍ଟନରସିପ୍ରେ ଆପଣଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ।
ଓଏଲ୍ ବ୍ୟୁରୋ: ତିନି ଦିନିଆ ଆମେରିକା ଗସ୍ତ ସାରି ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଶେଷ ହେବା ପୂର୍ବରୁ ୱାଶିଂଟନ୍ ଡିସିର ରୋନାଲ୍ଡ ରିଗନ ସେଣ୍ଟରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ। ଆମେରିକାରେ ପ୍ରବାସୀ ଭାରତୀୟଙ୍କୁ ମୋଦି ସମ୍ବୋଧନ କରି କହିଥିଲେ, ଭାରତ-ଆମେରିକା ପାର୍ଟନରସିପ୍ ଏକବିଂଶ ଶତାବ୍ଦୀର ବିଶ୍ବକୁ ଶ୍ରେଷ୍ଠ କରିବ। ଆମେରିକା ଭାରତର ସବୁଠୁ ବଡ଼ ବ୍ୟବସାୟିକ ସହଯୋଗୀ। ଭାରତରେ ପୁଞ୍ଜି ନିବେଶ ପାଇଁ ଏହା ଶ୍ରେଷ୍ଠ ସମୟ। ଏହି ପାର୍ଟନରସିପ୍ରେ ଆପଣଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ।
ଆମେରିକାରେ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଖୁବ ଶୀଘ୍ର ଭାରତ ବିଶ୍ୱର ଚତୁର୍ଥ ଅର୍ଥବୃହତ ଦେଶ ହେବ। ସେ ଯେତେବେଳେ ପ୍ରଥମେ ଆମେରିକା ଗସ୍ତରେ ଯାଇଥିଲେ ସେତେବେଳେ ଭାରତ ୧୦ମ ବୃହତ ଅର୍ଥବ୍ୟବସ୍ଥା ଥିଲା। ଏବେ ତାହା ପଞ୍ଚମରେ ପହଞ୍ଚିଛି। ଆଗାମୀ ଦିନରେ ଏହା ଚତୁର୍ଥ ସ୍ଥାନରେ ରହିବ ବୋଲି କହିଛନ୍ତି ମୋଦୀ।