ସପ୍ତାହକ ସାତଦିନ ଖୋଲା ରହିବ ଆହାର କେନ୍ଦ୍ର, ଏଣିକି ରବିବାର ମଧ୍ୟ ଦିଆଯିବ ଆହାର
ଜିଲ୍ଲାପାଳ ତଥା ଆହାର ସମିତି ସଭାପତିଙ୍କୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ
ଓଏଲ୍ ବ୍ୟୁରୋ: ଆହାର କେନ୍ଦ୍ରକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ସପ୍ତାହକ ସାତଦିନ ଖୋଲା ରହିବ ଆହାର କେନ୍ଦ୍ର। ଅର୍ଥାତ ଏଣିକି ରବିବାର ଦିନ ମଧ୍ୟ ଖୋଲା ରହିବ ଆହାର କେନ୍ଦ୍ର। ପୂର୍ବରୁ ରବିବାର ବନ୍ଦ ରହୁଥିଲା ଆହାର କେନ୍ଦ୍ର। ହସ୍ପିଟାଲ ପରିସର କିମ୍ବା ନିକଟ ଆହାର କେନ୍ଦ୍ର ଖୋଲା ରହିବ। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳ ତଥା ଆହାର ସମିତି ସଭାପତିଙ୍କୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଖବର ଅନୁସାରେ, ରାଜ୍ୟର ଡାକ୍ତଖାନା ପରିସରରେ ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାର ଦିନରେ ଖୋଲା ରହିବ। ରାଜ୍ୟର ୧୬୭ଟି ଆହାର କେନ୍ଦ୍ର ମଧ୍ୟରୁ ୮୨ଟି ଡାକ୍ତରଖାନା ପରିସରରେ ରହିଛି। ୫୮ଟି କେନ୍ଦ୍ରରେ ରାତ୍ରିକାଳିନ ଖାଦ୍ୟ ପରିବେଷଣ ସୁବିଧା ରହିଛି। ଏହି ୮୨ ଟି କେନ୍ଦ୍ରରେ ଦୈନିକ ହାରାହାରି ୪୮ ହଜାର ଲୋକ ଉପକୃତ ହୋଇଥାନ୍ତି।