ଆଜିଠୁ ସ୍ପେଶାଲ ଓଜେଇଇ, ୩୮ଟି କେନ୍ଦ୍ରରେ ଚାଲିଛି ପରୀକ୍ଷା
ସିବିଟି ବା କମ୍ପ୍ୟୁଟର ବେସଡ ଟେଷ୍ଟ ମାଧ୍ୟମରେ ହେଉଛି ସ୍ବତନ୍ତ୍ର ଓଜେଇଇ।
ଓଏଲ୍ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ସ୍ପେଶାଲ ଓଜେଇଇ। ୪ଟି ସିଫ୍ଟରେ ସିବିଟି ମୋଡ୍ରେ ହେବ ଏହି ପରୀକ୍ଷା। ୨୮ ସହରର ୩୮ଟି କେନ୍ଦ୍ରରେ ଚାଲିଛି ପରୀକ୍ଷା। ପରୀକ୍ଷା ପାଇଁ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସିବିଟି ବା କମ୍ପ୍ୟୁଟର ବେସଡ ଟେଷ୍ଟ ମାଧ୍ୟମରେ ହେଉଛି ସ୍ବତନ୍ତ୍ର ଓଜେଇଇ।
ଖବର ଅନୁସାରେ, ଆଜିଠାରୁ ଆରମ୍ଭ ହୋଇଥିବା ସ୍ପେଶାଲ ଓଜେଇଇ ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଏବଂ ପାଟନାରେ ବି ପରୀକ୍ଷା କେନ୍ଦ୍ର କରାଯାଇଛି। ବିଟେକ୍, ବିଫାର୍ମା, ଏମବିଏ, ଲାଟେରାଲ ଏଣ୍ଟ୍ରି ଟୁ ବିଟେକ୍, ଏମସିଏ, ଏମଟେକ୍, ଆର୍କିଟେକ୍, ଏମ୍ ଫାର୍ମା ପାଠ୍ୟକ୍ରମରେ ନାମଲେଖା ପାଇଁ ହେଉଛି ପରୀକ୍ଷା।