Odisha Link
Bridging the Missing Links in Odisha

‘ସମ୍ବିଧାନ ଉପରେ କେହି ନୁହଁନ୍ତି, ଆଶା କରୁଛୁ ଆଇନ ତା ବାଟରେ ଯିବ’

ମୁଖ୍ୟମନ୍ତ୍ରୀଙ୍କର କେଉଁ ପ୍ରକାର ଅସମର୍ଥତା ଅଛି, ସମସ୍ତେ ଜାଣିବାକୁ ଚାହୁଁ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି। ଏସବୁ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ଚିଠି। କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବଙ୍କ ଚିଠି। ସାଂସଦ ଅପରାଜିତାଙ୍କ ଅଭିଯୋଗ ଆଧାରରେ ଚିଠି। ଜଣେ ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଲ୍ଲେଖ। ଆଇଏଏସଙ୍କ ବିରୋଧରେ ପ୍ରମାଣ ସହ ହୋଇଥିଲା ଅଭିଯୋଗ।

ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମନମୋହନ ସାମଲ କରିଥିଲେ ଅଭିଯୋଗ। ପ୍ରମାଣ ଆକାରରେ ଦେଇଥିଲେ ସିଡି ଓ ପେନ ଡ୍ରାଇଭ। ୨୪ ଜୁନରେ ଲିଖିତ ଅଭିଯୋଗ କରିଥିଲେ ଅପରାଜିତା। ଚିଠିରେ ସଂଲଗ୍ନ ଅଛି ଫଟୋ, ଭିଡିଓ, ସିଡି ଓ ପେନଡ୍ରାଇଭ। କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ଅନୁ ସଚିବଙ୍କ ଚିଠି ପରେ ଅପରାଜିତା ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା।

ଟୁଇଟ୍ ଯୋଗେ ପ୍ରତିକ୍ରିୟା ରଖି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଓଡ଼ିଶା ଅଫିସରଙ୍କ ନିୟମ ଉଲ୍ଲଂଘନକୁ କେନ୍ଦ୍ର ଗୁରୁତ୍ବର ସହ ନେଇଛି। କଣ୍ଡକ୍ଟ ରୁଲ୍‌ ଉଲ୍ଲଂଘନକୁ କେନ୍ଦ୍ର ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ସିଏସ ଷ୍ଟେଟ କ୍ୟାଡର କଣ୍ଟ୍ରୋଲିଂ ଅଥରିଟି, ଆକ୍ସନ ପାଇଁ ତାଙ୍କୁ କୁହାଯାଇଛି। ଆଶା କରୁଛୁ ଆଇନ ତା ବାଟରେ ଯିବ ଏବଂ ଓଡ଼ିଶା ଦେଖିବ ବୋଲି ରେଖିଛନ୍ତି ସାଂସଦ କହିଛନ୍ତି।

ସୂଚନା ଅନୁସାରେ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଆହୁରି ମଧ୍ୟ କହିଛନ୍ତି, ଆଇନର ଖୋଲା ଉଲ୍ଲଂଘନ ହୋଇଛି, ବାରମ୍ବାର ହେଉଛି। ନିୟମ ଅଛି ଡେଲିଗେଟେଡ ପାୱାର କ୍ୟାନ୍‌ନଟ୍ ଡେଲିଗେଟେଡ ଫର୍ଦର। ମୁଖ୍ୟମନ୍ତ୍ରୀଙ୍କୁ ଲୋକ ଦେଇଥିବା କ୍ଷମତାକୁ ସେ ଅନ୍ୟକୁ ଦେଇପାରିବେନି। ଆଇନ ଉପରେ କେହି ନୁହଁନ୍ତି, ସମ୍ବିଧାନ ଉପରେ କେହି ନୁହଁନ୍ତି।

ମୁଖ୍ୟମନ୍ତ୍ରୀ ସବୁ ବେଳେ ଆଇନ ତା ବାଟରେ ଯିବ କହନ୍ତି, ସେୟା ଆଶା। ମୁଖ୍ୟମନ୍ତ୍ରୀ ବିଦେଶ ଯାଆନ୍ତି, ଏବେ କାହିଁକି କୁଆଡ଼େ ଯାଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ମୁଖ୍ୟମନ୍ତ୍ରୀଙ୍କର କଣ ହୋଇଛି, ଆମେ ସମସ୍ତେ ଜାଣିବାକୁ ଚାହୁଁ। ମୁଖ୍ୟମନ୍ତ୍ରୀଙ୍କର କେଉଁ ପ୍ରକାର ଅସମର୍ଥତା ଅଛି, ସମସ୍ତେ ଜାଣିବାକୁ ଚାହୁଁ ବୋଲି ଅପରାଜିତା କହିଛନ୍ତି।

Leave A Reply

Your email address will not be published.