Odisha Link
Bridging the Missing Links in Odisha

ସ୍ୱାଭାବିକ ହେଲା ବାହାନଗା ବଜାର ରେଳ ଷ୍ଟେସନ, ବହୁତ ଦିନ ପରେ ଷ୍ଟେସନରେ ରହିଲା ଟ୍ରେନ୍

ଦୁର୍ଘଟଣା ପରଠାରୁ ବାହାନଗା ଷ୍ଟେସନରେ ଟ୍ରେନ୍ ରହୁନଥିଲା।

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨ ଠିକ୍‌ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୯୨ ଜଣ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ତଦନ୍ତ କରୁଥିଲା ସିବିଆଇ। ତଦନ୍ତ ଚାଲିଥିବାରୁ ବାହାନଗା ବଜାର ଷ୍ଟେସନରେ କୌଣସି ଟ୍ରେନ୍ ଅଟକିବନି ବୋଲି ଘୋଷଣା ହୋଇଥିଲା। ଘଟଣାର ବହୁତ ଦିନ ପରେ ସ୍ୱାଭାବିକ ହେଲା ବାହାନଗା ବଜାର ରେଳ ଷ୍ଟେସନ। ସିଗନାଲିଂ ସିଷ୍ଟମ ସ୍ୱାଭାବିକ ସହ ଷ୍ଟେସନରେ ରହିଲା ଟ୍ରେନ୍। ଷ୍ଟେସନ ସ୍ୱାଭାବିକ ନେଇ ଦ.ପୂ ରେଳପଥ ସିପିଆର୍‌ଓ ସୂଚନା ଦେଇଛନ୍ତି।

ଦୁର୍ଘଟଣା ପରଠାରୁ ବାହାନଗା ଷ୍ଟେସନରେ ଟ୍ରେନ୍ ରହୁନଥିଲା। ପାସେଞ୍ଜର, ମେମୁ କିମ୍ବା କୌଣସି ମାଲବାହୀ ଟ୍ରେନ୍ ଅଟକିବନି ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ରିଲେ ପ୍ୟାନେଲ୍ ସିଲ୍ ହୋଇଥିବାରୁ କୌଣସି ଟ୍ରେନ୍ ରହୁନଥିଲା। ଦକ୍ଷିଣ ପୂର୍ବ ରେଳପଥ ସିପିଆର୍‌ଓ ଆଦିତ୍ୟ ଚୌଧୁରୀ ଏନେଇ ସୂଚନା ଦେଇଥିଲେ। ବାଲେଶ୍ୱରରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାର କାରଣ କଣ ହୋଇପାରେ ଏନେଇ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ ତଦନ୍ତ ଦାଇତ୍ୱ ସିବିଆଇ ଟିମ୍ କୁ ଦିଆଯାଇଛି।

Leave A Reply

Your email address will not be published.