Odisha Link
Bridging the Missing Links in Odisha

ତୁରନ୍ତ କରନ୍ତୁ ନିଜର ପାନ୍-ଆଧାର ଲିଙ୍କ୍‌, ସରି ଆସୁଛି ଅବଧି

ପାନ୍ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତି ଏହି ସମୟସୀମା ମଧ୍ୟରେ ପାନ୍ ସହ ଆଧାର ଲିଙ୍କ

ଓଏଲ୍‌ ବ୍ୟୁରୋ: ଭାରତୀୟ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଯଦି ପାନ୍ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତି ନିଜର ଆଧାର କାର୍ଡକୁ ପାନ କାର୍ଡ ସହ ଲିଙ୍କ ନକରନ୍ତି ତେବେ, ଅଚଳ ହୋଇପାରେ ପାନ୍ କାର୍ଡ। ପୂର୍ବରୁ ମାର୍ଚ୍ଚ ୩୧ ଯାଏଁ ଥିଲା ଏହାର ସମୟସୀମା। ଏହା ପରିବର୍ତନ ହୋଇ ଜୁନ ୩୦ ହୋଇଛି। ଯାହା ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ପାନ୍ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତି ଏହି ସମୟସୀମା ମଧ୍ୟରେ ପାନ୍ ସହ ଆଧାର ଲିଙ୍କ କରିପାରିବେ।

ଖବର ଅନୁସାରେ, ପୂର୍ବରୁ ତୁରନ୍ତ ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ୍‌ କରିବା ପାଇଁ ସୂଚନା ମିଳିଥିଲା। କାରଣ ଲିଙ୍କ୍‌ କରିବାର ଅବଧି ଧିରେ ଧିରେ ସରି ଆସୁଥିଲା। ସରକାରଙ୍କ ଗାଇଡ୍‌ଲାଇନ୍ ଅନୁଯାୟୀ ୨୦୨୩ ମାର୍ଚ୍ଚ ୩୧ ତାରିଖ ଥିଲା ଆଧାର କାର୍ଡ ସହ ପାନ୍‌ ଲିଙ୍କ୍‌ କରିବାର ଶେଷ ତାରିଖ ଥିଲା। ପରେ ତାହା ପରିବର୍ତନ କରାଯାଇଥିଲା। ଦେଶର ପ୍ରତ୍ୟେକ ନାଗରିକ ଆଧାରକାର୍ଡ ସହ ପାନ ଲିଙ୍କ୍‌ କରିବାକୁ ନିଷ୍ପତ୍ତି ଶୁଣାଇଥିଲା ଆୟକର ବିଭାଗ।

ସୂଚନାଥାଉକି, ୨୦୨୨ ମାର୍ଚ୍ଚ ୩୧ ପୂର୍ବରୁ ଆଧାର ସହ ପାନ୍ ଲିଙ୍କ୍‌ କରିବା ସମ୍ପୂର୍ଣ୍ଣ ମାଗଣା ଥିଲା। ୨୦୨୨ ଏପ୍ରିଲ ୧ ପରଠାରୁ ୨୦୨୨ ଜୁନ୍‌ ୩୦ ମଧ୍ୟରେ ଯେଉଁମାନେ ଆଧାର ସହ ପାନ୍‌ ଲିଙ୍କ କରିଛନ୍ତି ସେମାନଙ୍କୁ ୫୦୦ ଟଙ୍କା ଦେବାକୁ ପଡ଼ିଲା। ବର୍ତମାନ ତାହା ପରିବର୍ତନ ହୋଇ ୧୦୦୦ ଟଙ୍କାରେ ପହଂଚିଛି। ତେବେ ଯଦି ପାନ୍ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତି ନିଜର ଆଧାର କାର୍ଡକୁ ପାନ କାର୍ଡ ସହ ଲିଙ୍କ ନକରନ୍ତି ତେବେ, ଅଚଳ ହୋଇପାରେ ପାନ୍ କାର୍ଡ।

Leave A Reply

Your email address will not be published.