ଭୁବନେଶ୍ୱର ସୁଶ୍ରୁତ ହସ୍ପିଟାଲରେ ପିଏମ୍ ମୋଦିଙ୍କ ପତ୍ନୀ
ଏହା ସହ ମୋଦିଙ୍କ ପତ୍ନୀ ଯଶୋଦା ବେନଙ୍କୁ ସମାଜସେବୀ ଚିଦାତ୍ମିକା ଖଟୁଆ ପରିଭ୍ରମଣ ସମୟରେ ସାହାଯ୍ୟ କରିଥିଲେ।
ଓଏଲ୍ ବ୍ୟୁରୋ: ଏକାମ୍ର ପ୍ରକଳ୍ପର ଆଜି ଭୂମିପୂଜନ। ଢୋଲ, ମୃଦଙ୍ଗରେ କମ୍ପୁଛି ଏକାମ୍ର କ୍ଷେତ୍ର। ଏହି ଅବସରରେ ଲିଙ୍ଗରାଜ ମନ୍ଦିରରେ ପିଏମ୍ ମୋଦିଙ୍କ ପତ୍ନୀ ଯଶୋଦା ବେନ୍। ପିଏମ୍ ମୋଦିଙ୍କ ପତ୍ନୀ ଯଶୋଦା ବେନ୍ ରାଜଧାନୀ ଗସ୍ତରେ ଆସିଥିବାବେଳେ ଭୁବନେଶ୍ୱର ଫରେଷ୍ଟ ପାର୍କ ସ୍ଥିତ ସୁଶ୍ରୁତ ହସ୍ପିଟାଲ ପରିଦର୍ଶନ କରିଥିଲେ। ଏହି ସମୟରେ ଖୁବ ଜଣାଶୁଣା ଶଲ୍ୟ ଚିକିତ୍ସକ ଡା. ଅକ୍ଷୟ କୁମାର ରାଉତ ତାଙ୍କୁ ଭେଟିବା ସହ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ସହ ମୋଦିଙ୍କ ପତ୍ନୀ ଯଶୋଦା ବେନଙ୍କୁ ସମାଜସେବୀ ଚିଦାତ୍ମିକା ଖଟୁଆ ପରିଭ୍ରମଣ ସମୟରେ ସାହାଯ୍ୟ କରିଥିଲେ। ତାଙ୍କ ସାଙ୍ଗରେ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀଙ୍କ ସମେତ ଅଶୋକ ମୋଦି, ସମାଜସେବୀ ଅରୁନ୍ଧତୀ ଦେବୀ ପ୍ରମୁଖ ଥିଲେ।
ଖବର ଅନୁସାରେ, ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପୂର୍ବରୁ ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧର୍ମପତ୍ନୀ ଯଶୋଦା ବେନ୍ ମୋଦି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ସକାଳ ପ୍ରାୟ ୧୦ଟାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବା ସହ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିଥିଲେ ଯଶୋଦା ବେନ୍ ମୋଦି। ଏହାପରେ ଶ୍ରୀମନ୍ଦିରକୁ ଯାଇ ପାର୍ଶ୍ୱ ଦେବଦେବୀଙ୍କୁ ମଧ୍ୟ ଦର୍ଶନ କରି ଫେରିଯାଇଥିଲେ। ପୁରୀରୁ କୋଣାର୍କ ଏବଂ କୋଣାର୍କରୁ ଭୁବନେଶ୍ୱର ଆସି ପ୍ରଭୁ ଲିଙ୍ଗରାଜଙ୍କ ମଧ୍ୟ ଦର୍ଶନ କରିଥିଲେ।