ବାହାନଗା ରେଳ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୨୯୩କୁ ବୃଦ୍ଧି, ଏସସିବିରେ ଆଉ ଜଣେ ମୃତ
ଏବେ ବି ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି
ଓଏଲ୍ ବ୍ୟୁରୋ: ସେଦିନ ଥିଲା ଶୁକ୍ରବାର ଆଉ ଘଣ୍ଟାରେ ବାଜିଥିଲା ପାଖାପାଖି ୭ଟା ୧୫ ମିନିଟ୍। ଠିକ ସେହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଯାହା ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଥିଲା। ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ଅନେକ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଅନେକ ଆହତ ଚିକିତ୍ସାଧୀନ ଅବସ୍ଥାରେ ଏବେ ବି ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି।
ପୂର୍ବରୁ ମୃତ୍ୟୁ ସଂଖ୍ୟା ୨୯୨ ଥିବାବେଳେ ଯାହା ବର୍ତମାନ ୨୯୩କୁ ବୃଦ୍ଧି ପାଇଛି। ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ଘର ବିହାର ହୋଇଥିବାବେଳେ ତାଙ୍କ ନାମ ହେଉଛି ମନୀଷ କୁମାର। ଟ୍ରେନ୍ ଦୁର୍ଘଟଣାରେ ମୋଟ ମୃତ୍ୟୁ ସଂଖ୍ୟା ୨୯୩ରେ ପହଂଚିଛି।