Odisha Link
Bridging the Missing Links in Odisha

ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା: ବଡ଼ଦାଣ୍ଡକୁ ନୋ ଭେଇକିଲ୍ ଜୋନ୍ ଘୋଷଣା

ସୁନାବେଶରେ ହଜାର ହଜାର ସଂଖ୍ୟାରେ ଗାଡ଼ି ଆସିବ।

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ। ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ଝଟକିବେ ଶ୍ରୀଜିଉ। ଏହାକୁ ନଜରରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ତା କରାଯାଇଛି। ଲୋକମାନେ ଯେମିତି ବେଶୀ ବାଟ ଚାଲିବେନି ତା’ ଉପରେ ନଜର ରଖାଯାଇଛି। ସୁନାବେଶରେ ହଜାର ହଜାର ସଂଖ୍ୟାରେ ଗାଡ଼ି ଆସିବ। ଟ୍ରାଫିକ୍ କେଉଁଠି ଅଟକିବନି, ସ୍ଲୋ ରହିବ।

ଟ୍ରାଫିକ ବ୍ୟବସ୍ତା ଅନୁସାରେ, ମାଳତିପାଟପୁରରେ ଦୁଇଚକିଆ ପାଇଁ ଡାଇଭରସନ୍ ରହିବ। ଜଗନ୍ନାଥ ବଲ୍ଲଭରେ ଦୁଇଚକିଆ ପାର୍କିଂ ବ୍ୟବସ୍ଥା କରାଯାଇଛି। ମାଟିତୋଟା, ମଶାଣିଚଣ୍ଡିରେ ପାର୍କିଂ ବ୍ୟବସ୍ଥା ରହିଛି। ପୁରୀ ଲୋକଙ୍କ ପାଇଁ ବିଶେଷ ଅସୁବିଧା ରହିବନି। ମେଡିକାଲ ଛକରୁ ସିଂହଦ୍ୱାର ଯାଏ ଗାଡ଼ି ଚଳାଚଳକୁ ବାରଣ କରାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣରେ ପୁଲିସକୁ ସହାୟତା କରିବେ ସ୍ୱେଚ୍ଛାସେବୀ। ନିର୍ଦ୍ଧାରିତ ରୁଟରେ ଯାତାୟତ କରିବେ, ଯୁକ୍ତିତର୍କ କରିବେନି। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ୧୬ ସାହି ରାସ୍ତା ସିଲ୍। ବଡ଼ଦାଣ୍ଡକୁ ନୋ ଭେଇକିଲ୍ ଜୋନ୍ ଘୋଷଣା ହୋଇଛି। ଆମ୍ବୁଲାନ୍ସ ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା କରାଯାଇଥିବା ପୁଲିସ କମିଶନର ସୂଚନା ଦେଇଛନ୍ତି।

Leave A Reply

Your email address will not be published.